ସାରା ଦେଶରେ ଆୟୋଜିତ ୯୫ଟି ପ୍ରଶିକ୍ଷଣ ଶିବିରରେ ୧୮୮୪୨ ଜଣ ସ୍ୱୟଂସେବକ  ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି।

ସାରା ଦେଶରେ ଆୟୋଜିତ ୯୫ଟି ପ୍ରଶିକ୍ଷଣ ଶିବିରରେ
୧୮୮୪୨ ଜଣ ସ୍ୱୟଂସେବକ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି
ବେଲାଗାଭି,୧୨/୭: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବାର୍ଷିକ ଅଖିଳ ଭାରତୀୟ ପ୍ରାନ୍ତ ପ୍ରଚାରକ ବୈଠକ ଆଜି କର୍ଣ୍ଣାଟକର ବେଲାଗାଭିରେ ସମାପ୍ତ ହୋଇଛି। ସରସଂଘଚାଳକ ଡକ୍ଟର ମୋହନ ଭାଗବତ ଏବଂ ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେଙ୍କ ସମେତ ୨୨୬ ଜଣ କାର୍ଯ୍ୟକର୍ତ୍ତା ଏହି ବୈଠକରେ ଉପସ୍ଥିତ ଥିଲେ।
ବୈଠକରେ ମାର୍ଚ୍ଚ ୨୦୨୬ ପରଠାରୁ ସଂଘର ବିଭିନ୍ନ ସ୍ତରରେ ଆୟୋଜିତ ପ୍ରଶିକ୍ଷଣ ବର୍ଗର ସମୀକ୍ଷା କରାଯାଇଥିଲା। ଏହି ବର୍ଷ ସାରା ଦେଶରେ ମୋଟ ୮୩ ଟି ସଂଘ ଶିକ୍ଷା ବର୍ଗ ଏବଂ ୧୨ଟି କାର୍ଯ୍ୟକର୍ତ୍ତା ବିକାଶ ବର୍ଗ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ୧୮,୮୪୨ ଜଣ ସ୍ୱୟଂସେବକ ଶାଖା ସଂଚଳନ, ସଂଘ କାର୍ଯ୍ୟ ପଦ୍ଧତି, ଗ୍ରାମ ବିକାଶ, କୁଟୁମ୍ଭ ପ୍ରବୋଧନ, ବିପର୍ଯ୍ୟୟ ପରିଚାଳନା ଏବଂ ପରିବେଶ ଭଳି ବିଷୟ ଉପରେ ପ୍ରଶିକ୍ଷଣ ପ୍ରାପ୍ତ କରିଛନ୍ତି ।
ଶାଖା ସ୍ତରରେ କାର୍ଯ୍ୟ ଯୋଜନାର କ୍ରିୟାନ୍ୱୟନ ବିଷୟରେ ବିସ୍ତୃତ ଚର୍ଚ୍ଚା ଆଲୋଚନା କରାଯାଇଥିଲା ଏବଂ ସେପ୍େଟମ୍ବର ମାସରେ ସର୍ବାଧିକ ଶାଖା ବିସ୍ତାର ଯୋଜନା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଶତାବ୍ଦୀ ବର୍ଷରେ ସମ୍ପନ୍ନ ହୋଇଥିବା କାର୍ଯ୍ୟକ୍ରମଗୁଡ଼ିକର ମଧ୍ୟ ସମୀକ୍ଷା କରାଯାଇଥିଲା ଏବଂ ଅବଶିଷ୍ଟ ନିର୍ଦ୍ଧାରିତ କାର୍ଯ୍ୟକ୍ରମଗୁଡ଼ିକର ଯୋଜନା ବିଷୟରେ ମଧ୍ୟ ବିଚାର କରାଯାଇଥିଲା। ଶତାବ୍ଦୀ ବର୍ଷର ବିଭିନ୍ନ କାର୍ଯ୍ୟକ୍ରମ ସମୟରେ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ସାମାଜିକ କାର୍ଯ୍ୟ ଏବଂ ପଞ୍ଚ ପରିବର୍ତ୍ତନ ବିଷୟଗୁଡ଼ିକରେ ସକ୍ରିୟ କରିବା ପାଇଁ ଯୋଜନା ଉପରେ ବିଚାର କରାଯାଇଥିଲା। ସରସଂଘଚାଳକଙ୍କ ୨୦୨୬-୨୭ ବର୍ଷ ପାଇଁ ପ୍ରବାସ ଯୋଜନା ଉପରେ ମଧ୍ୟ ଚର୍ଚ୍ଚା କରାଯାଇଥିଲା।
ବୈଠକରେ ବର୍ତ୍ତମାନର ଦୃଶ୍ୟପଟର ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା, ମୁଖ୍ୟତଃ ଜନଗଣନା ତଥ୍ୟ ଏବଂ ଜନସଂଖ୍ୟାଗତ ଅସନ୍ତୁଳନ ଦ୍ୱାରା ସୃଷ୍ଟି ହୋଇଥିବା ଆହ୍ୱାନ। ଡ୍ରଗ୍ସ ଦ୍ୱାରା ବୃଦ୍ଧି ପାଉଥିବା କୁପ୍ରଭାବ ଉପରେ ଚିନ୍ତା ପ୍ରକଟ କରିବା ସହିତ ନିଶା ନିବାରଣ ପାଇଁ ପ୍ରାଥମିକତାମୂଳକ ପ୍ରୟାସର ଆବଶ୍ୟକତା ଏବଂ ସନ୍ଥ ଶିରୋମଣି ରବିଦାସ ମହାରାଜଙ୍କ ୬୫୦ ତମ ଜନ୍ମଜୟନ୍ତୀ ବର୍ଷ ପାଇଁ କାର୍ଯ୍ୟକ୍ରମ ଯୋଜନା ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା।
ବୈଠକରେ ସମସ୍ତେ ଶ୍ରୀ ରାମ ଜନ୍ମଭୂମି ମନ୍ଦିରରେ ଦାନ ବାକ୍ସ ଗଣନାରେ ଅନିୟମିତତା ଉପରେ ଦୁଃଖ ପ୍ରକାଶ କରିଥିଲେ ଏବଂ ବିଶ୍ୱାସ ପ୍ରକଟ କରିଥିଲେ ଯେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରଙ୍କ ଅନୁରୋଧରେ ଆରମ୍ଭ ହୋଇଥିବା ଏସଆଇଟି ଏବଂ ପୋଲିସ ତଦନ୍ତ ଏକ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିବ। ତୀର୍ଥ କ୍ଷେତ୍ର ଠାରୁ ଏହା ଆଶା କରାଯାଉଛି ଯେ ଏପରି ପଦକ୍ଷେପ ନିଅନ୍ତୁ ଯେପରି ଭବିଷ୍ୟତରେ ଆଉ କୌଣସି ଘଟଣା ନ ଘଟୁ, ଯାହାକି ରାମ ମନ୍ଦିର ପ୍ରତି ଥିବା ସମସ୍ତ ରାମ ଭକ୍ତଙ୍କ ଶ୍ରଦ୍ଧା ଏବଂ ଗଭୀର ଆସ୍ଥା ଉପରେ ଯେପରି ଆଘାତ ନ ଆଣେ ।

Leave a Reply

Your email address will not be published. Required fields are marked *