ଟେଟ୍ରାହେଡ୍ରନରେ ଏବିଭିପିର ପ୍ରତିଷ୍ଠା ଉତ୍ସବ
ଟାଙ୍ଗୀ: ଅଖଳ ଭାରତ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ୭୮ତମ ପ୍ରତିଷ୍ଠା ଉତ୍ସବ ଟାଙ୍ଗୀସ୍ଥିତ ଟେଟ୍ରାହେଡ୍ରନ୍ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ ପରିସରରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ତ୍ରିଦେବ ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏବିଭିପି ରାଜ୍ୟ ସମ୍ପାଦିକା ଦିପ୍ତିମୟୀ
ପ୍ରତିହାରୀ, ଜିଲା ସଂଯୋଜକ ଦେବପ୍ରସାଦ ବେହେରା ଓ ସାମାଜିକ କର୍ମୀ ବିଚିତ୍ରାନନ୍ଦ ସ୍ବାଇଁ ପ୍ରମୁଖ ଅତିଥିଭାବେ ଯୋଗଦେଇ ବିଦ୍ୟାର୍ଥୀମାନଙ୍କୁ ଦେଶଭକ୍ତି ସଂକ୍ରାନ୍ତ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ। ଟେଟ୍ରାହେଡ୍ରନ ଉଚ୍ଚ ମାଧ୍ୟମିକ ଓ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।