ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେଙ୍କ ବିବୃତ୍ତି

ନୂଆଦିଲ୍ଲୀ, ଜୁଲାଇ 3, 2026

ପିଢ଼ିପିଢ଼ିର ସଂଘର୍ଷ ଏବଂ ଲକ୍ଷ ଲକ୍ଷ ରାମ ଭକ୍ତଙ୍କ ସମର୍ପଣ, ତ୍ୟାଗ ଏବଂ ବଳିଦାନ ଯୋଗୁଁ ଶ୍ରୀ ରାମ ଜନ୍ମଭୂମିରେ ନିର୍ମିତ ଭବ୍ୟ ମନ୍ଦିର ସମଗ୍ର ହିନ୍ଦୁ ସମ୍ପ୍ରଦାୟ ପାଇଁ ଶ୍ରଦ୍ଧା, ବିଶ୍ୱାସ ଏବଂ ଭକ୍ତିର କେନ୍ଦ୍ର ପାଲଟିଛି। ଅଯୋଧ୍ୟାର ଶ୍ରୀ ରାମ ଲଲା ମନ୍ଦିରରେ ଦାନ ବାକ୍ସରେ ଜମା ହୋଇଥିବା ପାଣ୍ଠି ଚୋରି ହେବାର ଦୁର୍ଭାଗ୍ୟଜନକ ଘଟଣା ସମଗ୍ର ସମାଜ ଏବଂ ରାମ ଭକ୍ତଙ୍କ ଭାବନା ଓ ବିଶ୍ୱାସକୁ ଆଘାତ ଦେଇଛି ତଥା ଏହି ଘଟଣାରେ ଆମେ ସମସ୍ତେ ଗଭୀର ଦୁଃଖିତ।

ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅନୁରୋଧରେ ଉତ୍ତର ପ୍ରଦେଶ ସରକାର ଏକ ସ୍ୱତନ୍ତ୍ର ତଦନ୍ତ ଦଳ ଗଠନ କରିଛନ୍ତି ଏବଂ ଏହାର ସୁପାରିଶ ଆଧାରରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ତଦନ୍ତରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନଙ୍କୁ କଠୋର ଦଣ୍ଡ ମିଳିବା ନିଶ୍ଚିତ କରିବା ଅତ୍ୟନ୍ତ ଜରୁରୀ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସମେତ ସମଗ୍ର ହିନ୍ଦୁ ସମାଜ ସ୍ୱାଭାବିକ ଭାବରେ ଆଶା କରୁଛି ଯେ ଟ୍ରଷ୍ଟ ଏହି ଅତ୍ୟନ୍ତ ନିନ୍ଦନୀୟ ଘଟଣାକୁ ଅସାଧାରଣ ଭାବରେ ଗ୍ରହଣ କରିବ ଏବଂ ପରିଚାଳନା ଏବଂ ଶାସନରେ ସମସ୍ତ ତ୍ରୁଟିକୁ ଦୂର କରିବା ପାଇଁ ପ୍ରଭାବଶାଳୀ ପଦକ୍ଷେପ ନେବ ଯାହା ଦ୍ୱାରା ଅଯୋଧ୍ୟା ମନ୍ଦିରରେ ଲକ୍ଷ ଲକ୍ଷ ରାମ ଭକ୍ତଙ୍କ ବିଶ୍ୱାସ ଏବଂ ଭକ୍ତି ଅଖଣ୍ଡ ଏବଂ ଅଟଳ ରହିବ। ବର୍ତ୍ତମାନର ଦ୍ୱନ୍ଦ୍ୱ ଏବଂ ଅସ୍ପଷ୍ଟତାର ସ୍ଥିତିର ଅନ୍ତ ହେବା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ, ଆମେ ଆଶା କରୁଛୁ ଯେ ମନ୍ଦିର ପରିଚାଳନା ଏବଂ ସରକାରଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ତଦନ୍ତ ଦଳ ଦ୍ୱାରା ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯିବ। ଆମେ ନିଶ୍ଚିତ ଯେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଉପଯୁକ୍ତ ଆର୍ଥିକ ପରିଚାଳନା, ସୁଗମ କାର୍ଯ୍ୟ ପାଇଁ ତ୍ରୁଟିହୀନ ଏବଂ ସ୍ୱଚ୍ଛ ବ୍ୟବସ୍ଥା ଏବଂ ପବିତ୍ରତା ତଥା ଧାର୍ମିକ ଉତ୍ସାହରେ ପରିପୂର୍ଣ୍ଣ ପରିବେଶ ମାଧ୍ୟମରେ ହିନ୍ଦୁ ସମ୍ପ୍ରଦାୟର ଆସ୍ଥା ଏବଂ ବିଶ୍ୱାସକୁ ବଜାୟ ରଖିବ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସମଗ୍ର ହିନ୍ଦୁ ସମାଜକୁ ଏହି କଷ୍ଟକର ସମୟରେ ଆବଶ୍ୟକ ଧର୍ଯ୍ୟ ଏବଂ ସଂଯମ ପ୍ରଦର୍ଶନ କରିବାକୁ ଏବଂ ଏହି ଦୁର୍ଭାଗ୍ୟଜନକ ଘଟଣାର ସୁଯୋଗ ନେଇ ହିନ୍ଦୁ ଧର୍ମ ଏବଂ ସମାଜକୁ ବଦନାମ କରିବା ପାଇଁ ହିନ୍ଦୁ ବିରୋଧୀ ଏବଂ ରାଷ୍ଟ୍ର ବିରୋଧୀ ଶକ୍ତିଗୁଡ଼ିକର ଷଡ଼ଯନ୍ତ୍ରକୁ ବିଫଳ କରିବାକୁ ମଧ୍ୟ ନିବେଦନ କରୁଛି।

Leave a Reply

Your email address will not be published. Required fields are marked *