୧୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ:ଶ୍ରୀମନ୍ଦିରରେ ପ୍ରାୟ ୧୪ ଘଣ୍ଟା ଧରି ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଆଜି ରାତି ସାଢ଼େ ୧୦ଟାରୁ ଆସନ୍ତାକାଲି ଅପରାହ୍ନ ୧ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ସୋମବାର ସ୍ନାନଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ପୂର୍ବ ପ୍ରସ୍ତୁତି ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଜାରି ରହିଛି।।  ସ୍ନାନଯାତ୍ରା ପାଇଁ ପୁରୀରେ ଜାରି ହୋଇଛି ଟ୍ରାଫିକ କଟକଣା।ଏଥିସହ ସୁରକ୍ଷାବ୍ୟବସ୍ଥା ଓ ରୁଟ୍ ଲାଇନକୁ ସୁରକ୍ଷିତ କରାଯାଇଛି। ଜ୍ୟେଷ୍ଠ ଶୁଦ୍ଧ ଶୁକ୍ଲ ପୂର୍ଣ୍ଣିମା ନିମନ୍ତେ ପୁରୀରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ଟ୍ରାଫିକ୍‌ ବ୍ୟବସ୍ଥା କରାଯାଇଛି । ପୁରୀକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ଗମନାଗମନକୁ ସହଜ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସହର ଭିତରେ ଯାନବାହନ ଜାମ୍ ରୋକିବା ପାଇଁ ନିର୍ଦ୍ଦିଷ୍ଟ ରୁଟ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ବାହାରୁ ଆସୁଥିବା ଗାଡ଼ି ଗୁଡ଼ିକ ପାଇଁ ସହର ଉପକଣ୍ଠରେ ସ୍ୱତନ୍ତ୍ର ପାର୍କିଂ ସ୍ଥଳ ଚିହ୍ନଟ କରାଯାଇଛି। ସ୍ନାନଯାତ୍ରା ସମୟରେ ପ୍ରବଳ ଗରମ ଓ ଗହଳିକୁ ଦୃଷ୍ଟିରେ ରଖି ପ୍ରାଥମିକ ଚିକିତ୍ସା କେନ୍ଦ୍ର, ଆମ୍ବୁଲାନ୍ସ ଏବଂ ମେଡିକାଲ୍ ଟିମ୍ ସର୍ବଦା ପ୍ରସ୍ତୁତ ରହିବେ। ନିଖୋଜ ବ୍ୟକ୍ତି ବା ପିଲାମାନଙ୍କୁ ଖୋଜିବା ପାଇଁ ସୂଚନା କେନ୍ଦ୍ର ମଧ୍ୟ ସକ୍ରିୟ ରହିବ। ଆଇନ ଶୃଙ୍ଖଳା ରକ୍ଷା ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ସହର ସାରା ପ୍ରାୟ ୭୯ ପ୍ଲାଟୁନ ପୋର୍ସ ମୁତୟନ କରାଯିବ।

Leave a Reply

Your email address will not be published. Required fields are marked *