ଆସାମର ଶ୍ରୀଭୂମି ଜିଲ୍ଲାର ଭାରତ-ବାଂଲାଦେଶ ସୀମାରେ ଅନୁପ୍ରବେଶ ନେଇ ଉତ୍ତେଜା

ଗୁଆହାଟୀ : ଆସାମର ଶ୍ରୀଭୂମି ଜିଲ୍ଲାର ଭାରତ-ବାଂଲାଦେଶ ସୀମାରେ ଅନୁପ୍ରବେଶ ନେଇ ଉତ୍ତେଜନା ଦେଖାଦେଇଛି। ଯାହା ଫଳରେ ସୀମା ସୁରକ୍ଷା ବଳ(ବିଏସଏଫ) ଏବଂ ସୀମା ସୁରକ୍ଷା ବାଂଲାଦେଶ (ବିଜିବି) ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ବିଜିବି ଭାରତୀୟ ପାର୍ଶ୍ୱକୁ ବନ୍ଧୁକ ଦେଖାଇଥିବା ସୂଚନା ମିଳିଛି। ବହୁ ସଂଖ୍ୟକ ବାଂଲାଦେଶୀ ଅସ୍ତ୍ରଶସ୍ତ୍ର ଧରି ସୀମାରେ ବିଏସଏଫକୁ ବାରମ୍ବାର ଧମକ ଦେଇଥିବା କୁହାଯାଉଛି। ଏହି ଘଟଣା ବିଲାବାରୀ ସୀମାନ୍ତ ଅଞ୍ଚଳରେ ଘଟିଛି। ଫଳରେ ଉତ୍ତେଜନା ସୃଷ୍ଟି ହୋଇଛି। ରିପୋର୍ଟ ଅନୁଯାୟୀ, ନ୍ୟୁ ପଲ୍ଲାଥଲ ଅଞ୍ଚଳରେ ସୀମାରେ ବାଂଲାଦେଶୀ ଅନୁପ୍ରବେଶ ରୋକାଯିବା ପରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ସୀମା ନିକଟବର୍ତ୍ତୀ ଗ୍ରାମଗୁଡ଼ିକର ଗ୍ରାମବାସୀମାନ ଛୁରୀ, ଲାଠି ଏବଂ ବାଉଁଶ ବାଡ଼ି ଧରି ବିଜିବିର ସମର୍ଥନରେ ଏକତ୍ରିତ ହୋଇଥି ଅସ୍ତ୍ରଶସ୍ତ୍ର ଦେଖାଇ ବିଏସଏଫକୁ ଧମକ ଦେଇଥିବା କୁହାଯାଉଛି। ରିପୋର୍ଟ ଅନୁଯାୟୀ, ବିଜିବିର ପଲ୍ଲାଥଲ ସୀମା ଆଉଟପୋଷ୍ଟର ସୈନିକମାନେ ଲାଉଡସ୍ପିକର ମାଧ୍ୟମରେ ବିଏସଏଫକୁ ବାରମ୍ବାର ଚେତାବନୀ ଦେଇଥିଲେ। ସେମାନଙ୍କୁ ସୀମାରୁ ଦୂରେଇ ଯିବାକୁ ଅନୁରୋଧ କରିଥିଲେ। ବିଜିବି ଏହା ମଧ୍ୟ ଚେତାବନୀ ଦେଇଥିଲା ଯେ ଯଦି ପରିସ୍ଥିତି ଆହୁରି ବିଗିଡ଼ିଯାଏ ଏବଂ ଲୋକଙ୍କୁ ହଟା ନଯାଏ ନାହିଁ, ତେବେ ସେମାନଙ୍କୁ ଗୁଳି ଚଳାଇବାକୁ ପଡ଼ିପାରେ। ଏହି ଘଟଣା ଶ୍ରୀଭୂମି ଜିଲ୍ଲାରେ ଅନ୍ତର୍ଜାତୀୟ ସୀମାରେ ଉତ୍ତେଜନାକୁ ବୃଦ୍ଧି କରିଛି।

Leave a Reply

Your email address will not be published. Required fields are marked *