ଶୋଷଣମୁକ୍ତ ଚେତନାଯୁକ୍ତ ଗ୍ରାହକ ସମାଜ ଗଠନ ଦିଗରେ ଗ୍ରାହକ ପଂଚାୟତ କାର୍ଯ୍ୟ କରୁଛି

ଭୁବନେଶ୍ୱର, 21/6: ଅଖିଳଭାରତୀୟ ଗ୍ରାହକ ପଞ୍ଚାୟତ ପ୍ରଦେଶ କାର୍ଯ୍ୟାଳୟ ସ୍ଥାନୀୟ ବିଜେବି କଲେଜ ହଷ୍ଟେଲ ସମ୍ମୁଖ ଏକ କ୍ୱାଟରରେ ଆଜି ଉଦଘାଟିତ ହୋଇଛି I ଏକ ଶୋଷଣମୁକ୍ତ ଚେତନାଯୁକ୍ତ ଗ୍ରାହକ ସମାଜ ଗଠନ ଦିଗରେ ଗ୍ରାହକ ପଂଚାୟତ କାର୍ଯ୍ୟ କରିବ ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବରେ ଯୋଗଦେଇ ମତ ପୋଷଣ କରିଛନ୍ତି I ଏହି ଅଵସରରେ ବିନ୍ଦୁ ମାଧବ ଯୋଶୀ ଙ୍କ ମୂଳ ରଚନା ଏବଂ ସୌମେନ୍ଦ୍ର ଜେନାଙ୍କ ଅନୁବାଦରେ ‘ ଗ୍ରାହକ ଦର୍ଶନ’ ଉନ୍ମୋଚିତ ହୋଇ ଥିଲା I ଅନୁଵାଦକ ଶ୍ରୀ ଜେନାଙ୍କ ସଂଯୋଜନାରେ ଶ୍ରୀ ଜଗନ୍ନାଥ ପ୍ରଧାନ, ଡ଼. ପ୍ରକାଶ ହରିଚନ୍ଦନ, ରୁଦ୍ରନାରାୟଣ ସାମନ୍ତରାୟ, ଯାଜ୍ଞାଶିଷ ମହାପାତ୍ର, ମହେନ୍ଦ୍ର କୁମାର ପ୍ରଧାନ, କିଶୋର ମୋହନ ମିଶ୍ର, ଅଜୟ ଚୌଧୁରୀ ପ୍ରମୁଖ ମଞ୍ଚ ମଣ୍ଡନ କରିଥିଲେ I ଉପସ୍ଥିତ ଶ୍ରୋତା ମାନଙ୍କୁ ‘ ଗ୍ରାହକ ଦର୍ଶନ ପ୍ରଦାନ ଏବଂ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରାଯାଇଥିଲା I

Leave a Reply

Your email address will not be published. Required fields are marked *