ବଢ଼ିଲା ନୌସେନାର ବଳ

କୋଲକତା,୨୧/୦୬: ବଢ଼ିଲା ନୌସେନାର ବଳ । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୩ଟି ଅତ୍ୟାଧୁନିକ ଯୁଦ୍ଧଜାହାଜକୁ  ଦେଶକୁ ସମର୍ପିତ କରିଛନ୍ତି ପିଏମ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଲକାତାର ଶ୍ୟାମା ପ୍ରସାଦ ମୁଖାର୍ଜୀ ପୋର୍ଟଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାରତୀୟ ନୌସେନାକୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୩ଟି ଅତ୍ୟାଧୁନିକ ଯୁଦ୍ଧଜାହାଜକୁ ଉତ୍ସର୍ଗ କରିଛନ୍ତି। ଭାରତର ସାମୁଦ୍ରିକ ସୁରକ୍ଷା ଏବଂ ‘ଆତ୍ମନିର୍ଭର ଭାରତ’ ଅଭିଯାନ କ୍ଷେତ୍ରରେ ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି କୁହାଯାଉଛି। ଏହି ଯୁଦ୍ଧଜାହାଜ ଗୁଡ଼ିକୁ ଭାରତୀୟ ନୌସେନାର ‘ୱାରସିପ୍ ଡିଜାଇନ୍ ବ୍ୟୁରୋ’ ଦ୍ୱାରା ଡିଜାଇନ୍ କରାଯାଇଛି ଏବଂ କୋଲକାତାସ୍ଥିତ ଗାର୍ଡେନ୍ ରୀଚ୍ ସିପ୍‌ବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସ ଦ୍ୱାରା ନିର୍ମାଣ କରାଯାଇଛି। ଏହି ତିନିଟି ଯୁଦ୍ଧଜାହାଜର ନାଁ ହେଉଛି INS ଦୁନାଗିରି, INS ସଂଶୋଧକ, INS ଅଗ୍ରୟ ।

Leave a Reply

Your email address will not be published. Required fields are marked *