ଅମରନାଥ ଯାତ୍ରା ସୁରକ୍ଷା ବ୍ୟବସ୍ଥାରେ ସ୍ପେସାଲ ଫ୍ରଣ୍ଟିୟର ଫୋର୍ସ

ଶ୍ରୀନଗର: ପ୍ରଥମ ଥର ପାଇଁ ଅମରନାଥ ଯାତ୍ରା ସୁରକ୍ଷା ବ୍ୟବସ୍ଥାରେ ସ୍ପେସାଲ ଫ୍ରଣ୍ଟିୟର ଫୋର୍ସ (ଏସଏଫ୍‌ଏଫ୍‌)କୁ ମୁତୟନ କରିବାକୁ ନିଷ୍ପତ୍ତି ନିଆଯାଇଛି। ବିକାଶ ବାଟାଲିୟନ ଭାବେ ପରିଚିତ ଏସ୍‌ଏଫଏଫ ହେଉଛି ଭାରତର ଏକ ଗୋପନୀୟ ଏବଂ ଅତ୍ୟନ୍ତ ଦକ୍ଷ ସୈନ୍ୟ ବାହିନୀ। ଏହା ୧୭,୦୦୦ ଫୁଟରୁ ଅଧିକ ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ କାର୍ଯ୍ୟ କରିଥାଏ, ଯେଉଁଠାରେ ନିଶ୍ୱାସ ନେବା ମଧ୍ୟ କଷ୍ଟକର ହୋଇଥାଏ। ଏହି ସ୍ୱତନ୍ତ୍ର ୟୁନିଟ୍ ଉଚ୍ଚ-ପାର୍ବତ୍ୟ ଯୁଦ୍ଧ ଏବଂ ଗୁପ୍ତ ସାମରିକ ଅଭିଯାନରେ ବେଶ ପାରଙ୍ଗମ। ଏହା ଭାରତର ସବୁଠାରୁ କମ୍ ଚର୍ଚ୍ଚିତ କିନ୍ତୁ ସବୁଠାରୁ ଶକ୍ତିଶାଳୀ ସାମରିକ ବାହିନୀ। ପହଲଗାଓଁ ରାସ୍ତାର ଉଚ୍ଚ ପର୍ବତାଞ୍ଚଳରେ ଏହି ସୁରକ୍ଷାବାହିନୀକୁ ମୁତୟନ କରାଯିବ। ପ୍ରଥମ ଥର ପାଇଁ ଏହି ଅଭିଜ୍ଞ ସୈନିକମାନେ ପହଲଗାଓଁରୁ ପବିତ୍ର ଗୁମ୍ଫା ମାର୍ଗରେ ଥିବା ଉଚ୍ଚ ପାହାଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକ ଉପରେ ନଜର ରଖିବେ। ପହଲଗାଓଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଏବଂ ଏହି ଅଞ୍ଚଳରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ କ୍ରମାଗତ ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ଏହି ନିଷ୍ପତ୍ତି ନିଆଯାଇଛି। ଚଳିତବର୍ଷ ଅମରନାଥ ଯାତ୍ରା ଜୁଲାଇ ୩ରୁ ଆରମ୍ଭ ହୋଇ ଅଗଷ୍ଟ ୨୮ରେ ଶେଷ ହେବ।

Leave a Reply

Your email address will not be published. Required fields are marked *