ଲକ୍ଷ୍ନୌ, ଜୁନ୍ ୧୦-ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ), ପୂର୍ବ ଉତ୍ତର ପ୍ରଦେଶ କ୍ଷେତ୍ରର କାର୍ଯ୍ୟକର୍ତ୍ତା ବିକାଶ ବର୍ଗ-୧ ର ସମାପନୀ ସମାରୋହ ବୁଧବାର, ଜ୍ୟେଷ୍ଠ କୃଷ୍ଣ ଦଶମୀ ଦିନ ସରସ୍ୱତୀ କୁଞ୍ଜ ନିରାଲା ନଗରର ରେ ଅନୁଷ୍ଠିତ ହୋଇଥିଲା। ସମାପନୀ ସମାରୋହରେ ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହ-ସରକାର୍ଯ୍ୟବାହ ରାମଦତ୍ତ ଚକ୍ରଧର ଏବଂ ମୁଖ୍ୟ ଅତିଥି ଭାବେ ଉଦ୍ଭାବକ ଏବଂ ପ୍ରଗତିଶୀଳ ଚାଷୀ ପଦ୍ମଶ୍ରୀ ରାମ ଶରଣ ବର୍ମା ଯୋଗଦେଇ ବକ୍ତବ୍ୟ ରଖିଥିଲେ।
ସହ-ସରକାର୍ୟବାହ ରାମଦତ୍ତ ଚକ୍ରଧର କହିଥିଲେ ଯେ ୨୦୨୬ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବର୍ଷ କାରଣ ଏହା ୧୫୦ ବର୍ଷ ପୂର୍ବେ ଧର୍ମ ଏବଂ ସଂସ୍କୃତି ପାଇଁ ବ୍ରିଟିଶମାନଙ୍କ ସହିତ ଲଢ଼ିଥିବା ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମବାର୍ଷିକୀବର୍ଷ । ଏହା ଗୁରୁ ତେଗ ବାହାଦୁରଙ୍କ ସହିଦ ହେବାର ୩୫୦ତମ ବର୍ଷ, ରାଷ୍ଟ୍ରଗୀତ ବନ୍ଦେ ମାତରମର ୧୫୦ତମ ବର୍ଷ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷ ମଧ୍ୟ ଅଟେ । ୧୯୨୫ ମସିହାରେ ଡକ୍ଟର ହେଡଗେୱାର ସଂଘ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଆଜି ସେହି ସଂଘରେ ଲକ୍ଷାଧିକ ସ୍ବୟଂସେବକ ଅଛନ୍ତି। ମୋହିତେ କା ବଡ଼ାର ପ୍ରଥମ ଶାଖାରୁ ଆଜି ଦୈନିକ ଶାଖା ସଂଖ୍ୟା ୮୩ ହଜାରରୁ ଅଧିକ ହୋଇଛି।