୧୫ ବର୍ଷ ପରେ ପୁଣି ଦେଶରେ ଜନସଂଖ୍ୟା ଗଣନା ପ୍ରକ୍ରିୟା ଆରମ୍ଭ

ଆରମ୍ଭ ହେଲା ଦେଶର ପ୍ରଥମ ଡିଜିଟାଲ୍ ଜନଗଣନା । ଆଜି ରାଜ୍ୟପାଳଙ୍କଠାରୁ ଆରମ୍ଭ ହୋଇଛି ସ୍ଵ-ଗଣନା । ତଥ୍ୟ ପ୍ରଦାନ କଲେ ରାଜ୍ୟର ପ୍ରଥମ ନାଗରିକ । ଆଜିଠୁ ୧୫ ଏପ୍ରିଲ ଯାଏ ଘରେ ବସି ଜନତା ଅନଲାଇନରେ ଭରିପାରିବେ ବିବରଣୀ । ଜାରି ହୋଇଛି ସ୍ଵତନ୍ତ୍ର ମୋବାଇଲ୍ ଆପ୍ । ୧୯୩୧ ପରେ ପ୍ରଥମ ଥର ପାଇଁ ହେଉଛି ଜାତି ଭିତ୍ତିକ ଗଣନା । ସେହିପରି ଆସନ୍ତା ୧୬ରୁ ଘରକୁ ଘର ବୁଲିବେ ଗଣନାକାରୀ । ଲୋକଙ୍କୁ ଦେବାକୁ ପଡ଼ିବ ୩୩ଟି ପ୍ରଶ୍ନର ଉତ୍ତର ।

ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଜନଗଣନା-୨୦୨୭ର ପ୍ରକ୍ରିୟା । ଦୀର୍ଘ ୧୫ ବର୍ଷ ପରେ ଦେଶରେ ପୁଣିଥରେ ଜନସଂଖ୍ୟା ଗଣନା ଆରମ୍ଭ ହୋଇଛି । ସମ୍ପୂର୍ଣ୍ଣ ପ୍ରକ୍ରିୟା ଏଥର ଡିଜିଟାଲ୍ ମାଧ୍ୟମରେ ହେଉଛି । ରାଜ୍ୟର ପ୍ରଥମ ନାଗରିକ ରାଜ୍ୟପାଳଙ୍କ ତଥ୍ୟ ସଂଗ୍ରହ ସହ ରାଜ୍ୟରେ ଅଭିଯାନର ଶୁଭାରମ୍ଭ ହୋଇଛି । ଏହାପରେ ସ୍ବ-ଗଣନାରେ ବିଏମସି, ସିଏମସି ମେୟରଙ୍କ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଡିଜିଟାଲ୍ ସ୍ଵ-ଗଣନା ପ୍ରକ୍ରିୟାରେ ୩୩ଟି ପ୍ରଶ୍ନ ରହିଛି, ଯେଉଁଥିରେ ପରିବାରର ମୁଖ୍ୟ, ସଦସ୍ୟଙ୍କ ସଂଖ୍ୟା, ଗାଡ଼ି, ଜମିବାଡ଼ି ଏବଂ ଏଲପିଜି ସଂଯୋଗ ଭଳି ମୌଳିକ ସୁବିଧା ବିଷୟରେ ପ୍ରଶ୍ନ ପଚରାଯିବ । ଜନଗଣନା ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ,

1- ଜନଗଣନା ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରହିବ
2- ଜନଗଣନା ତଥ୍ୟକୁ ଆର.ଟି.ଆଇ ପରିସରଭୁକ୍ତ କରାଯିବ ନାହିଁ
3- କୌଣସି କୋର୍ଟରେ ପ୍ରମାଣ ଭାବେ ତଥ୍ୟ ବ୍ୟବହାର କରାଯାଇପାରିବ ନାହିଁ
4- ଜଣେ ବ୍ୟକ୍ତି ଗୋଟିଏ ମୋବାଇଲରେ କରିପାରିବେ ଗୋଟିଏ ପରିବାରର ପଞ୍ଜୀକରଣ
5- ପରିବାର ମୁଖ୍ୟଙ୍କ ନାମରେ ହୋଇପାରିବନି ପରିବର୍ତ୍ତନ
6- ମୋଟ ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା
7- ଏପ୍ରିଲ ୧ରୁ ୧୫ ଅନଲାଇନ୍ ସ୍ଵ-ଗଣନା (Self-Enumeration)
8- ଏପ୍ରିଲ ୧୬ରୁ ମେ’ ୧୫ ଗଣନାକାରୀଙ୍କ ଦ୍ୱାରା ଘରକୁ ଘର ବୁଲି ତଥ୍ୟ ସଂଗ୍ରହ (HLO)
9- ୧୯୩୧ ପରେ ପ୍ରଥମ ଥର ପାଇଁ ଜାତିଭିତ୍ତିକ ତଥ୍ୟ ସଂଗ୍ରହ
10- ଜନଗଣନା ପାଇଁ ୧୧ ହଜାର କୋଟିର ବଜେଟ୍, ୧୬ଟି ଭାଷାରେ ଉପଲବ୍ଧ ଡିଜିଟାଲ୍ ଆପ୍

Leave a Reply