ବାଂଲାଦେଶରେ ହିନ୍ଦୁ ମାନଙ୍କ ପ୍ରତି ହୋଇଥିବା ହିଂସା ପ୍ରତିବାଦରେ   ଖୋର୍ଦ୍ଧା   ବିଶ୍ବହିନ୍ଦୁ ପରିଷଦ ବଜରଙ୍ଗ ଦଳ ତରଫରୁ  ବିକ୍ଷୋଭ ପ୍ରଦର୍ଶନ

ଖୋର୍ଦ୍ଧା :- ବାଂଲାଦେଶ ରେ ହିନ୍ଦୁ ମାନଙ୍କ ପ୍ରତି ହୋଇଥିବା ହିଂସା ପ୍ରତିବାଦରେ   ଖୋର୍ଦ୍ଧା   ବିଶ୍ବହିନ୍ଦୁ ପରିଷଦ ବଜରଙ୍ଗ ଦଳ  ବିକ୍ଷୋଭ ପ୍ରଦର୍ଶନ ଖୋର୍ଦ୍ଧା: ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ବର୍ବର ହତ୍ୟା ପ୍ରତିବାଦରେ ଖୋର୍ଦ୍ଧା ଜିଲା ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥରେ ବିଶ୍ବ ହିନ୍ଦୁ ପରିଷଦର ଅଭିମନ୍ୟୁ ଘଟୁଆଳ, ସନ୍ତୋଷ କୁମାର ଶ୍ରୀଚନ୍ଦନ, ଜିତେନ୍ଦ୍ର ବେହେରା, ମିହିର ବିଧାର, ପ୍ରଭାତ ପାଣିଗ୍ରାହୀ, ସୁଦର୍ଶନ ରଥ, ଖୋର୍ଦ୍ଧା ଜିଲା ବଜରଙ୍ଗ ଦଳ ସଂଯୋଜକ ଉଦିତ୍ୟ ପ୍ରହରାଜ, ସହ ସଂଯୋଜକ ଦିବ୍ୟ ପ୍ରକାଶ, ପ୍ରଖଣ୍ଡ ସଂଯୋଜକ ସତ୍ୟଜିତ ବେହେରା, ସହ ସଂଯୋଜକ ଜ୍ୟୋତି ପ୍ରକାଶ ବାରିକ୍, ଶୁଭଙ୍କର ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ । ବିକ୍ଷୋଭକାରୀମାନେ
ବାଂଲାଦେଶରେ ହିନ୍ଦୁ ଅଳ୍ପସଂଖ୍ୟକଙ୍କ  ସୁରକ୍ଷା ନିମନ୍ତେ କେନ୍ଦ୍ର ସରକାର  କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ।   ଖୋର୍ଦ୍ଧା ଅଞ୍ଚଳରେ ରହୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ତୁରନ୍ତ ଯାଞ୍ଚ କରି ସେମାନଙ୍କ ବିରୋଧରେ କଠୋର   କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ।  

Leave a Reply

Your email address will not be published. Required fields are marked *