କେନ୍ଦୁଝର ଜିଲା ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ବିକ୍ଷୋଭ

କେନ୍ଦୁଝର ଜିଲା   ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ବିକ୍ଷୋଭ

କେନ୍ଦୁଝର: ବାଂଲାଦେଶରେ ଇସଲାମିକ୍ କଟରପନ୍ଥୀଙ୍କ ଦ୍ବାରା ହିନ୍ଦୁଙ୍କ ପ୍ରତି କରା ଯାଉଥିବା ନିର୍ମମ ହତ୍ୟା ପ୍ରତିବାଦରେ କେନ୍ଦୁଝର ଜିଲା ବିଶ୍ୱହିନ୍ଦୁ ପରିଷଦ ତରଫରୁ ଏକ ବିକ୍ଷୋଭ ପ୍ରଦର୍ଶନ ସହ ରାଲି ଅନୁଷ୍ଠିତ ହୋଇଛି । ଏହି ଉପଲକ୍ଷେ ବିଶ୍ୱହିନ୍ଦୁ ପରିଷଦ ଜିଲା ସଭାପତି ତୁଷାର ସାମନ୍ତ, ଜିଲା ସମ୍ପାଦକ ସ୍ବପ୍ନଦ୍ଧର ସାହୁଙ୍କ ନେତୃତ୍ବରେ ଏକ ବିଶାଳ ରାଲି ଅପରାହ୍ନରେ କେନ୍ଦୁଝର ମାଇନିଂରୋଡ଼ ସ୍ଥିତ ଶ୍ରୀରାମ ମନ୍ଦିର ପରିସରରୁ ବାହାରି ଲାବଣ୍ୟ ଛକ, କଲେକ୍ଟରେଟ ଛକ, ଗାନ୍ଧୀ ଛକ  ସିରାଜୁଦ୍ଦିନ ଛକ ରାସ୍ତାଦେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ସେଠାରେ ଶତାଧିକ ବିଶ୍ଵହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତା, ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା, ଦୁର୍ଗା ବାହିନୀର ଭଉଣୀ, ଯୁବ ଛାତ୍ର ଓ ବିଭିନ୍ନ ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତା ମାନେ ଏକତ୍ରିତ ହୋଇ ଶାନ୍ତି ଶୃଙ୍ଖଳାର ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବାଂଲାଦେଶ ପ୍ରଧାନମନ୍ତ୍ରୀ ମହମଦ ୟୁନୁସଙ୍କ ହିନ୍ଦୁ ବିରୋଧୀ ଚିନ୍ତାଧାରା ଓ କାର୍ଯ୍ୟ ପାଇଁ ତାଙ୍କ ପ୍ରତିଚିତ୍ର ଜଳାଯିବା ସହିତ ଜୋତା ମାଡ଼ କରାଯାଇଥିଲା। ଭାରତରୁ ବାଂଲାଦେଶୀ ରୋହିଙ୍ଗାଙ୍କୁ ଦେଶରୁ ବିତାଡ଼ିତ ପାଇଁ ଏକ ସ୍ବରରେ ନାରାବାଜି କରାଯାଇଥିଲା।

Leave a Reply

Your email address will not be published. Required fields are marked *