ବାଂଲାଦେଶ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ

ବାଂଲାଦେଶ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ
ଯୋଡ଼ା: ଚଳିତ ମାସ ୧୮ ତାରିଖ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସ ନାମକ ଜଣେ ଯୁବକଙ୍କୁ ବ। ଲ । ଦ ଶ ର ଜାଳିଦେବା ପ୍ରତିବାଦରେ ସମଗ୍ର ଭାରତ ବର୍ଷରେ ଏହି ହିଂସା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଉତ୍ତେଜନା ଲାଗିରହିଛି । ଏହି ଘଟଣାକୁ ନେଇ ଯୋଡ଼ା ସହରରେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି। ବୁଧବାର ସନ୍ଧ୍ୟାରେ ବିଶ୍ବ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ଯୋଡ଼ା ନଗର ବିଜେପି ଦଳ ପକ୍ଷରୁ ଲକ୍ଷ୍ମୀ ପଡ଼ିଆଠାରୁ ଏକ ଶୋଭାଯାତ୍ରା ବାହାରି ନଗର ପରିକ୍ରମା ପରେ ଯୋଡ଼ା ବସଷ୍ଟାଣ୍ଡଠାରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେ ଦୀପଜାଳି ମୃତକ ଦୀପୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ବିଭିନ୍ନ ସ୍ଲୋଗାନମାନ ଦେଇଥିଲେ । ପରେ ବାଂଲାଦେଶ ପତାକାକୁ ଅଗ୍ନି ସଂଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଯୋଡ଼ାରେ ବାଂଲାଦେଶୀ ମୁସଲମାନଙ୍କୁ ହଟାଇବା ପାଇଁ ପ୍ରଶାସନ ନିକଟରେ ଦାବି କରିଥିଲେ । ଶୋଭାଯାତ୍ରାରେ ଶତାଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ।

Leave a Reply