ବ୍ରିଟିଶ ବିଶ୍ୱବିଦ୍ୟାଳୟ ଗୁଡିକରେ ପାକ୍‌, ବାଂଲାଦେଶ ଛାତ୍ରଙ୍କ ନାମଲେଖା କଟକଣା

ବ୍ରିଟିଶ ବିଶ୍ୱବିଦ୍ୟାଳୟ ଗୁଡିକରେ ପାକ୍‌, ବାଂଲାଦେଶ ଛାତ୍ରଙ୍କ ନାମଲେଖା କଟକଣା
ଲଣ୍ଡନ: ବ୍ରିଟେନରେ କେମ୍ବ୍ରିଜ ଓ ଅକ୍ସଫୋର୍ଡ ସମେତ ଏକାଧିକ ନାମୀ ବିଶ୍ୱବିଦ୍ୟାଳୟ ରହିଛି। ଏଥିରେ ପାଠ ପଢିବାକୁ ବିଶ୍ୱର ବିଭିନ୍ନ ଦେଶରୁ ପ୍ରତିବର୍ଷ ହଜାର ହଜାର ଛାତ୍ରଛାତ୍ରୀ ଆଗ୍ରହ ପ୍ରକାଶ କରୁଥିବାବେଳେ ଯୋଗ୍ୟ ବିବେଚିତଙ୍କୁ ହିଁ ନାମଲେଖାର ସୁଯୋଗ ମିଳିଥାଏ। ବର୍ତ୍ତମାନ ବ୍ରିଟେନର ୯ଟି ବିଶ୍ୱବିଦ୍ୟାଳୟ ପାକ୍ ଓ ବାଂଲାଦେଶ ଛାତ୍ରଛାତ୍ରୀଙ୍କୁ ପାଠ ପଢିବା ସୁଯୋଗରୁ ବଞ୍ଚିତ କରିଥିବା ଜଣା ପଡିଛି। ବିଶ୍ୱବିଦ୍ୟାଳୟଗୁଡିକ ୟୁନିଭର୍ସିଟି ଅଫ୍ ଚେଷ୍ଟର, ୟୁନୁଭର୍ସିଟି ଅଫ୍ ଉଭରହାମ୍ପଟନ, ୟୁନିଭର୍ସିଟି ଅଫ୍ ଇଷ୍ଟ ଲଣ୍ଡନ, ସଦରଲାଣ୍ଡ ୟୁନିଭର୍ସିଟି, କଭେଣ୍ଡି ୟୁନିଭର୍ସିଟି, ଗ୍ଲାସଗୋ କାଲେଡୋନିଆନ ୟୁନିଭର୍ସିଟି, ଅକ୍ସଫୋର୍ଡ ବୁକ୍‌, ହର୍ଟଫୋର୍ଡସାୟାର ୟୁନିଭର୍ସିଟି ଏବଂ ବିପିପି ୟୁନିଭର୍ସିଟି। ଫାଇନାନ୍ସିଆଲ ଟାଇମ୍ ରିପୋର୍ଟସଅନୁଯାୟୀ ଏହି ଦୁଇଟି ଦେଶରୁ ପାଠ ପଢିବାକୁ ଆସୁଥିବା ଛାତ୍ରଛାତ୍ରୀମାନେ ଭିସାର ଅପବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ପାଠ ପଢିବା ବାହାନାରେ ବ୍ରିଟେନ ଆସୁଥିବା ଏହି ଛାତ୍ରମାନେ ବିଭିନ୍ନ ପ୍ରକାର କାର୍ଯ୍ୟରେ ନିଜକୁ ନିୟୋଜିତ କରୁଥିବାରୁ ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବା କୁହାଯାଇଛି। ଏହି ପରିପ୍ରେକ୍ଷୀରେ ଅଧିକାଂଶ ପାକିସ୍ତାନ ଓ ବାଂଲାଦେଶ ଛାତ୍ରଛାତ୍ରୀଙ୍କ ଭିସା ଆବେଦନରୁ ରଦ୍ଦ ମଧ୍ୟ କରାଯାଉଛି।

Leave a Reply

Your email address will not be published. Required fields are marked *