ସାଇକେଲରେ ଅଯୋଧ୍ୟା ଯାତ୍ରା

ସାଇକେଲରେ ଅଯୋଧ୍ୟା ଯାତ୍ରା
ଚିତ୍ରକୋଣ୍ଡା ସଦର ସ୍ଥିତ ଟୋମ୍ପୋଚାରି କଲୋନି ଗ୍ରାମନିବାସୀ ସୁନାଧର ଖରା ଗତବର୍ଷ ସେ ସାଇକେଲ ଯୋଗେ ପୁରୀ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯାଇଥିଲେ। ଏବେ ପ୍ରଭୁ ରାମଲାଲାଙ୍କୁ ଦର୍ଶନ କରିବା ନିମନ୍ତେ ସାଇକେଲରେ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି । ପ୍ରଭୁ ରାମଲାଲାଙ୍କ ସେ ଜଣେ ବଡ଼ ଭଲୁ । ପିଲାଟି ଦିନରୁ ପୁରୁ ରାମଚନ୍ଦ୍ରଙ୍କୁ ଦର୍ଶନ କରିବା ପାଇଁ ଇଚ୍ଛା କରିଥିଲେ ତାହା ଏବେ ପୂରଣ ହେବାକୁ ଯାଇଛି ବୋଲି ସୁନାଧର ଖରା କହିଛନ୍ତି। ଦୁଇ ହଜାରରୁ ଉର୍ଦ୍ଧ୍ୱ କିଲୋମିଟର ରାସ୍ତାମାସକ ମଧ୍ୟରେ ପାର କରିବେ ବୋଲି ସେ କହିଛନ୍ତି । ଆଦିବାସୀ ଅଧୁଷିତ ଉପାନ୍ତ ଚିତ୍ରକୋଣ୍ଡା ଭଳି ଜାଗାରୁ ଅଯୋଧ୍ୟାକୁ ସାଇକେଲରେ ଯାତ୍ରା କରିବାରେ ସୁନାଧାର ଖରା ହେଉଛନ୍ତି ଏହି ଅଞ୍ଚଳର ପ୍ରଥମ ବ୍ୟକ୍ତି । ଏହିପରି ୧୯୯୨ ମସିହା କରସେବା ସମୟରେ ଓଡିଶାର କେନ୍ଦ୍ରାପଡା ଜିଲ୍ଲା ବାରୁଅ ଗ୍ରାମରୁ ଅମୂଲ୍ୟ ଦାସ କରସେବା କରିବାକୁ ଯାଇଥିଲେ । ସେଠାରୁ ସେ ସନ୍ଥ କୃଷ୍ଣ ଦାସ ନାମରେ ସନ୍ୟାସ ଦୀକ୍ଷା ଗ୍ରହଣ କରି ଘରକୁ ଫେରିଥିଲେ ।

Leave a Reply

Your email address will not be published. Required fields are marked *