ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବାଲେଶ୍ୱର ନଗର ପକ୍ଷରୁ ଯୁବ ସମ୍ମିଳନୀ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ବାଲେଶ୍ୱର ନଗର ପକ୍ଷରୁ ଯୁବ ସମ୍ମିଳନୀ

ସମାଜ ପରିବର୍ତ୍ତନର କର୍ଣ୍ଣଧାର ହୁଅନ୍ତୁ ଯୁବକ

ବାଲେଶ୍ୱର, ୯। ୧୧: ଭାରତ ବର୍ଷର ୬୦ ପ୍ରତିଶତରୁ ଉର୍ଦ୍ଧ ହେଉଛନ୍ତି ଯୁବକ। ଆଜିର ଯୁବ ସମାଜ ଯେତେ ଅଧିକ ଶୃଙ୍ଖଳିତ ହେବେ ରାଷ୍ଟ୍ର ସେତିକି ସଂଗଠିତ ଓ ଶକ୍ତିଶାଳୀ ହେବ। ଶୃଙ୍ଖଳିତ ସମାଜ ଗଠନ କ୍ଷେତ୍ରରେ ଯୁବ ସମାଜର ଅଗ୍ରଣୀ ଭୂମିକା ରହିଛି। ଏହାକୁ ଅନୁଭବ କରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତାର ଶତାବ୍ଦୀ ବର୍ଷର ଦ୍ଵିତୀୟ କାର୍ଯ୍ୟକ୍ରମ ସ୍ୱରୂପ ଏହି ଯୁବ ସମ୍ମିଳନୀର ଆୟୋଜନ କରିଛି ବୋଲି କହିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପୂର୍ବକ୍ଷେତ୍ର କାର୍ଯ୍ୟବାହ ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ସାହୁ। ଆରଏସଏସ ବାଲେଶ୍ୱର ନଗର ତରଫରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଯୁବକମାନେ ନିଜକୁ ଶୃଙ୍ଖଳିତ କରି ଏହି ସମାଜ ଜାଗରଣ କାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ରମର ପ୍ରଥମ ସତ୍ରରେ ବାଲେଶ୍ୱର ସହ ବିଭାଗ କାର୍ଯ୍ୟବାହ ବରୁଣ ବନଛୋର ଯୋଗଦେଇ ୧୯୨୫ ବିଜୟା ଦଶମୀରେ ଡାକ୍ତର କେଶବ ବଳିରାମ ହେଡ଼ଗେୱାରଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଏହି ସଂଗଠନ ଏବେ ବିଶାଳ ବଟବୃକ୍ଷରେ ପରିଣତ ହୋଇଛି। ଶତାବ୍ଦୀ ବର୍ଷରେ ସଂଘ ସମାଜର ଉତ୍ଥାନ ପାଇଁ ୫ ସୂତ୍ରୀ କାର୍ଯ୍ୟକ୍ରମ କୁଟୁମ୍ବ ପ୍ରବୋଧନ, ପର୍ଯ୍ୟାବରଣ ସଂରକ୍ଷଣ, ସ୍ବଦେଶୀ ଦ୍ରବ୍ୟ ଓ ବିଚାର, ସାମାଜିକ ସମରସତା ଓ ନାଗରିକ କର୍ତ୍ତବ୍ୟବୋଧ ସମ୍ପର୍କରେ ସଂଘର ସ୍ୱୟଂସେବକମାନେ ବର୍ଷ ବ୍ୟପୀ କାର୍ଯ୍ୟକ୍ରମ ଜାରି ରଖିବ ବୋଲି କହିଥିଲେ। ମଞ୍ଚରେ ବାଲେଶ୍ୱର ଜିଲ୍ଲାର କାର୍ଯ୍ୟବାହ ବିଜୟ କୁମାର ଦାସ ଉପସ୍ଥିତ ଥିଲେ। ଜିଲ୍ଲା ମହାବିଦ୍ୟାଳୟ ପ୍ରମୁଖ ହରିଚନ୍ଦନ ଦାସ, ବିଷ୍ନୁପଦ ଦାସ ଓ ମନୋଜ ଖୁଣ୍ଟିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ଜିଲ୍ଲାର ରେମୁଣା, ନୀଳଗିରି, ବାଲେଶ୍ୱର ନଗର ଓ ବାଲେଶ୍ୱର ସାଦରରୁ ୫୦୦ରୁ ଉର୍ଦ୍ଧ ଯୁବକ ଯୋଗଦେଇଥିଲେ। ପୂର୍ବରୁ ଅନୁଷ୍ଠିତ ବିଭିନ୍ନ କ୍ରୀଡ଼ା, ବକ୍ତୃତା ଓ ସଙ୍ଗୀତ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଇଯାଇଥିଲା।

Leave a Reply

Your email address will not be published. Required fields are marked *