ଡାଇରେକ୍ଟ ଆକ୍ସନ ଡେ, ନୋଆଖାଲୀ ନରସଂହାରର ଲୁଚାଯାଇଥିବା ସତ ଓ ବେଙ୍ଗଲ ଫାଇଲ୍ସ

ଡାଇରେକ୍ଟ ଆକ୍ସନ ଡେ, ନୋଆଖାଲୀ ନରସଂହାରର ଲୁଚାଯାଇଥିବା ସତ ଓ ବେଙ୍ଗଲ ଫାଇଲ୍ସ
ଡ. ସମନ୍ୱୟ ନନ୍ଦ
କୁହାଯାଏ ଯେ ଇତିହାସକୁ ଯଦି ଆମେ ନ ଜାଣିବା ତେବେ ଇତିହାସ ପୁଣି ଥରେ ଦୋହରାଇଥାଏ । ହେଲେ ଯଦି ଇତିହାସକୁ ଷଡଯନ୍ତ୍ରପୂର୍ବକ ଯୋଜନାବଦ୍ଧ ଭାବେ ଲୁଚାଇ ଦିଆଯାଏ ବା ଇତିହାସର ସତ୍ୟତାକୁ ଢାଙ୍କି ଦିଆଯାଏ ତେବେ କଣ ଇତିହାସର ବାସ୍ତବିକତାକୁ କେବେ ଆମେ ଜାଣି ପାରିବା ? ଦୁର୍ଭାଗ୍ୟର ବିଷୟ ଯେ ଭାରତରେ ସ୍ୱାଧୀନତା ପର ଠାରୁ ଏହା ହିଁ ହୋଇ ଆସିଛି । ଦେଶ ବିଭାଜନ ଓ ହିନ୍ଦୁ ମାନଙ୍କ ପ୍ରତି ହୋଇଥିବା ବର୍ବରତାର କାହାଣୀକୁ ଜାଣିଶୁଣି ଗଙ୍ଗା- ଯମୁନୀ ତହଜିବ ନାମରେ ସୁନିୟୋଜିତ ଭାବେ ଲୁଚା ଯାଇଛି । ଯାହା ଫଳରେ ଅଧିକାଂଶ ଭାରତୀୟଙ୍କୁ ବିଶେଷ ଭାବେ ନୂତନ ପୀଢିର ପିଲା ମାନେ ବର୍ବରତାର କାହାଣୀ ସମ୍ପର୍କରେ ସମ୍ପୂର୍ଣ ଅଜ୍ଞ ।
ହଜାର ହଜାର ବର୍ଷର ସଭ୍ୟତାକୁ ନିଜ କୋଳରେ ଖେଳାଇଥିବା ଭାରତ ମାତାର ବିଭାଜନ ପଛର ଖଳନାୟକ ଓ ପ୍ରତୀକାତ୍ମକ ଭାବେ କୋଲକାତା ଓ ନୋଆଖାଲିରେ ହିନ୍ଦୁ ମାନଙ୍କର ନରସଂହାରର ବର୍ବର ଓ ଲୋମହର୍ଷଣକାରୀ କାହାଣୀକୁ ଅତ୍ୟନ୍ତ ପ୍ରଭାବଶାଳୀ ଢଙ୍ଗରେ ବେଙ୍ଗଲ ଫାଇଲ୍ସରେ ଦର୍ଶାଇଛନ୍ତି । ଏହି ଫିଲ୍ମ କେବଳ ଯେ ଇତିହାସ ଉପରୁ ପରଦା ଉଠାଉ ନାହିଁ ବରଂ 1930-40 ଦଶକରେ ଯେଭଳି ଭାବେ ଭାରତ ବିଭାଜନ ପାଇଁ ପ୍ରସ୍ତୁତି କରାଯାଇ ସ୍ଥିତି ଉତ୍ପନ୍ନ କରାଯାଇଥିଲା ଆଜି ମଧ୍ୟ ସେହି ସମାନ ସ୍ଥିତି ଉତ୍ପନ୍ନ କରାଯାଉଛି ତାକୁ ମଧ୍ୟ ଦର୍ଶାଇଛନ୍ତି । ଏହି ଫିଲ୍ମ ଲୁଚାଯାଇଥିବା ଇତିହାସକୁ ଲୋକଙ୍କୁ ଜଣାଇବା ସହ ଭବିଷ୍ୟତ ପାଇଁ ମଧ୍ୟ ଚେତାବନୀ ପ୍ରଦାନ କରୁଛି । ସେତେବେଳେ କିଭଳି ଦେଶର ନେତା ବୋଲାଉଥିବା କିଛି ଲୋକ ଦିଲ୍ଲୀରେ ବସି ସାରା ଦେଶର ଲୋକ ମାନଙ୍କର ଭାଗ୍ୟ ନିର୍ଧାରଣ କରି ଦେଲେ ଓ ଏହି କାରଣରୁ କିଭଳି ଲକ୍ଷ ଲକ୍ଷ ଲୋକଙ୍କ ବର୍ବରତାର ସହ ହତ୍ୟା ହେଲା ତାହାକୁ ସ୍ପଷ୍ଟ କରୁଛି ।
ତତ୍କାଳୀନ ବଙ୍ଗର ମୁଖ୍ୟମନ୍ତ୍ରୀ ସୁହରାବର୍ଦୀ, ମୋହମ୍ମଦ ଅଲି ଜିନ୍ନାଙ୍କର ଡାଇରେକ୍ଟ ଆକ୍ସନ ଡେ ଆହ୍ୱାନ ପରେ ଦୁଇ ଦିନ ପାଇଁ କୋଲକାତା ସହରରୁ ମୁସଲିମ ଲିଗର ଗୁଣ୍ଡା ମାନଙ୍କ ହାତରେ ଛାଡି ଦେବାର ସମସ୍ତ ବ୍ୟବସ୍ଥା କରିଥିଲା । ଅଗଷ୍ଟ ୧୬ ତାରିଖ ଦିନ କଲିକତାରେ ଯାହା ହେଲା ତାହା ଅବର୍ଣନୀୟ । ଏହା କଲିକତା ଜନସଂହାର ନାମରେ ଖ୍ୟାତ । ଏହି ଜଘନ୍ୟ ଜନସଂହାର ପାଇଁ ମଂଚ ସ୍ୱୟଂ ବଙ୍ଗର ତତ୍କାଳୀନ ମୁଖ୍ୟମନ୍ତ୍ରୀ ସୁହାରବର୍ଦୀ ତିଆରି କରିଥିଲା । କଲିକତା ଓ ଏହାର ଆଖପାଖ ଅଂଚଳରେ ବଛା ବଛା ଗୁଣ୍ଡା ମାନଙ୍କୁ ଏକାଠି କରି ଯାଇଥିଲା । ତାଙ୍କୁ ଆଗ୍ନେୟାସ୍ତ୍ର ଓ ଅନ୍ୟ ଅସ୍ତ୍ର ଶସ୍ତ୍ର ପ୍ରଦାନ କରା ଗଲା । ପେଟ୍ରୋଲର ଅଭାବ ହେବା କାରଣରୁ ସେମାନଙ୍କୁ ପେଟ୍ରୋଲର ରାସନ କୁପନ ବିନା ମୂଲ୍ୟରେ ପ୍ରଦାନ କରା ଯାଇଥିଲା । ହାଓଡାର ଗୁଣ୍ଡା ମାନଙ୍କର ସମୂହର ନେତୃତ୍ୱ କଲିକତାର ତତ୍କାଳୀନ ମେୟର ଶରିଫ ଖାଁ ସମ୍ଭାଳିଥିଲା । ୨୪ ପୋଲିସ ମୁଖ୍ୟାଳୟ ମଧ୍ୟରୁ ୨୨ଟିରେ ହିନ୍ଦୁ ପୋଲିସ ଅଧିକାରୀ ମାନଙ୍କ ସ୍ଥାନରେ ମୁସଲିମ ଅଧିକାରୀ ମାନଙ୍କୁ ନିଯୁକ୍ତ କରାଗଲା । ବଳକା ୨ଟି ସ୍ଥାନରେ ଆଂଗ୍ଲୋ ଇଣ୍ଡିଆନ ଅଧିକାରୀ ଥିଲେ ।
ଅଗଷ୍ଟ ୧୬ ତାରିଖ ଦିନ ସକାଳ ମୁସଲିମ ଲିଗ ପକ୍ଷରୁ ଜୁଲୁସ ବାହାର କରାଗଲା । ମୁଖ୍ୟମନ୍ତ୍ରୀ ସୁହାରବର୍ଦୀଙ୍କ ଅଧ୍ୟକ୍ଷତାରେ ଏକ ବିଶାଳ ସଭା ହେଲା । ଏହି ସଭାରେ ଜଣେ ପରେ ଜଣେ ବକ୍ତା ହିନ୍ଦୁ ମାନଙ୍କର ବିନାଶ ପାଇଁ ଶପଥ ନେଲେ । କାଫିର ମାନଙ୍କ ବିରୁଦ୍ଧରେ ଜେହାଦର ଖୋଲାଖୋଲି ଘୋଷଣା କରା ଗଲା । ସଭା ସରିଲା ପରେ ସେଠାରୁ ଫେରୁଥିବା ଲୋକ ମାନେ ହିନ୍ଦୁ ମାନଙ୍କ ବିରୁଦ୍ଧରେ ହିଂସା ଆରମ୍ଭ କରି ଦେଲେ । ଭୀଷଣ ମାତ୍ରାରେ ହତ୍ୟା, ଲୁଣ୍ଠନ, ଦୁଷ୍କର୍ମ ଆରମ୍ଭ ହୋଇଗଲା । ଏପରି ଲାଗୁଥିଲା ଯେ ମଧ୍ୟକାଳୀନ ବର୍ବରତାପୂର୍ଣ ଇସଲାମୀ ଆକ୍ରମଣ ପୁଣି ଥରେ ଆରମ୍ଭ ହୋଇ ଯାଇଛି । ଏହି ତାଣ୍ଡବ ଲଗାତାର ଦୁଇ ଦିନ ଧରି ଚାଲିଥିଲା । ଏହାକୁ ଅଟକାଇବା ପାଇଁ କେହି ନ ଥିଲେ । ଯାହାକୁ ମଧ୍ୟ ଆପରାଧିକ କାରଣ ପାଇଁ ବନ୍ଦୀ କରା ଯାଇଥିଲା ସେମାନଙ୍କୁ ଜେଲରୁ ଖଲାସ କରି ଦିଆ ଯାଇଥିଲା । ଏହି ନିର୍ଦେଶ ସ୍ୱୟଂ ମୁଖ୍ୟମନ୍ତ୍ରୀ ସୁହାରବର୍ଦୀ ଦେଇଥିଲା ଯିଏ ନିଜେ ପୋଲିସ ନିୟନ୍ତ୍ରଣ କକ୍ଷରୁ ଏହି ହିଂସାକୁ ପରିଚାଳିତ କରୁଥିଲା ।
କଲିକତାର ସଡକରେ ୧୦ ହଜାରରୁ ଅଧିକ ନର- ନାରୀ ଓ ପିଲା ମାନଙ୍କର ହତ୍ୟା ହୋଇଥିଲା । ୧୫ ହଜାରରୁ ଅଧିକ ଲୋକ ଅତ୍ୟନ୍ତ କ୍ଷତ ବିକ୍ଷତ ହୋଇଥିଲେ । ଏକ ଲକ୍ଷରୁ ଅଧିକ ଲୋକଙ୍କର ଘର ଜାଳି ଦିଆ ଯାଇଥିଲା । ଦାନବତାର ନଗ୍ନ ଚିତ୍ର କଲିକାତା ସହରରେ ଦେଖା ଯାଇଥିଲା । ଏହାର ଚିତ୍ରଣ ଏହି ଫିଲ୍ମରେ କରାଯାଇଛି ।
ଏହା ପରେ ମୁସଲିମ ଲିଗ ତାର ଡାଇରେକ୍ଟ ଆକ୍ସନକୁ ନୋଆଖାଲିକୁ ସ୍ଥାନାନ୍ତରିତ କରି ଦେଇଥିଲା । ନୋଆଖାଲି ଜିଲ୍ଲାରେ ସେତେବେଳେ ଜନସଂଖ୍ୟା 28 ଲକ୍ଷ ଥିଲା । ସେଥି ମଧ୍ୟରୁ 81 ପ୍ରତିଶତ ଜନସଂଖ୍ୟା ମୁସଲମାନ ମାନଙ୍କର ଥିଲା । ଏହି ଅଂଚଳରେ ଯେପରି ହିଂସା କରାଗଲା ତାହା ମଧ୍ୟ ଅବର୍ଣନୀୟ ଥିଲା । ସପ୍ତାହ ସପ୍ତାହ ଧରି ଜେହାଦ ଚାଲିଥିଲା । ଭୟଙ୍କର ନରସଂହାର ହେଲା, ହିନ୍ଦୁ ମାନଙ୍କର ବ୍ୟାପକ ଧର୍ମାନ୍ତରଣ କରା ଯାଇଥିଲା । ହିନ୍ଦୁ ମହିଳା ମାନଙ୍କର ଅପହରଣ କରା ଯାଇ ତାଙ୍କ ସହିତ ବଳପୂର୍ବକ ନିକାହ କରାଗଲା ।
ଗୁଲାମ ସରାବର ହୁସୈନୀ 1930ରୁ 1940 ଦଶକ ଯାଏ ଏହି ଅଂଚଳର ଏକ ପୀର ଓ କଟ୍ଟର ମୁସଲମାନ ନେତା ଥିଲା । ଏହି ବ୍ୟକ୍ତି ହିଁ ନୋଆଖାଲୀର ସାଧାରଣ ଲୋକ ମାନଙ୍କୁ ଇସଲାମିକ କଟ୍ଟରତାର ପାଠ ପଢାଇ ଆସୁଥିଲା । ତା ଦ୍ୱାରା ସ୍ଥାପିତ ମୁସଲିମ ନେସନାଲ ଗାର୍ଡ୍ସ ଅନେକ ବର୍ଷ ଧରି ସେଠାକାର ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର କରି ଆସୁଥିଲା । ଅକ୍ଚୋବର ମାସରେ ହେବାକୁ ଥିବା ହିନ୍ଦୁ ମାନଙ୍କ ଉପରେ ନରସଂହାର ପାଇଁ ଯୋଜନା ସେପ୍ଚେମ୍ବରରୁ ଆରମ୍ଭ କରି ଦିଆଯାଇଥିଲା । ହୁସୈନୀ ଗାଁ ଗାଁରେ ଗୁପ୍ତ ବୈଠକ ମାନ କରୁଥିଲା । ହିନ୍ଦୁ ବେପାରୀ ମାନଙ୍କୁ ବେପାର କରିବାକୁ ଦିଆ ଗଲା ନାହିଁ। ମୁସଲମାନ ମାନଙ୍କୁ ପେଟ୍ରୋଲ ଓ କିରୋସିନି ଏକତ୍ରିତ କରିବାକୁ କୁହାଗଲା । ଅସ୍ତ୍ର ଶସ୍ତ୍ର ବଂଟା ଗଲା । ମୁସଲିମ ଗାର୍ଡ ମାନଙ୍କୁ ପ୍ରଶିକ୍ଷଣ ଦିଆଗଲା । ଏହା ପରେ 10 ଅକ୍ଟୋବର 1946 ମସିହା ଲକ୍ଷ୍ମୀ ପୂଜା ଦିନ ନୋଆଖାଲୀ ନରସଂହାର ଆରମ୍ଭ ହୋଇଥିଲା ଓ ଏହି ଅଂଚଳକୁ ହିନ୍ଦୁ ବିହୀନ କରି ଦିଆଗଲା ।
ମିସ ମ୍ୟୁରିଲ ଲେଷ୍ଟର ନାମକ ଜଣେ ବିଦେଶୀ ଏହି ନୋଆଖାଲୀ ହିନ୍ଦୁ ନରସଂହାର ଘଟଣା ପରେ ଏକ ଗ୍ରାମରେ ସହାୟତା ଶିବିରରେ ପହଂଚିଥିଲେ । ସେ ନଭେମ୍ବର ୬ ତାରିଖ ଦିନ ଲେଖିଛନ୍ତି – “ମହିଳା ମାନଙ୍କର ସ୍ଥିତି ଅତ୍ୟନ୍ତ ଦୟନୀୟ ଥିଲା । ଅନେକ ମହିଳାଙ୍କ ସେମାନଙ୍କ ଆଖି ସାମନାରେ ସେମାନଙ୍କର ସ୍ୱାମୀ ମାନଙ୍କୁ ହତ୍ୟା କରା ଯାଇଥିଲା ଓ ସେହି ମହିଳା ମାନଙ୍କର ନିକାହ ସେମାନଙ୍କର ସ୍ୱାମୀ ମାନଙ୍କର ହତ୍ୟାକାରୀ ମାନଙ୍କ ସହ ଜୋର ଜବରଦସ୍ତି କରା ଯାଇଥିଲା । ମହିଳା ମାନଙ୍କର ଆଖି ପଥର ହୋଇ ଯାଇଥିଲା । … ଜୀବନ ରକ୍ଷା ପାଇଁ ହଜାର ହଜାର ଲୋକଙ୍କୁ ଇସଲାମ ଗ୍ରହଣ କରିବାକୁ ପଡିଥିଲା ଓ ଗୋମାଂସ ଖାଇବାକୁ ପଡିଥିଲା । ”
ଏହି ଫିଲ୍ମ ଦୁଇ ଜଣ ଏପରି ନାୟକଙ୍କ ବିଷୟରେ ଲୋକ ମାନଙ୍କୁ ଜଣାଉଛି ଯେଉଁ ମାନେ ସେତେବେଳେ ଅଦ୍ୱିତୀୟ ବୀରତ୍ୱର ପରିଚୟ ଦେଇଥିଲେ । ଜଣେ ଥିଲେ କୋଲକାତାର ଗୋପାଳ ମୁଖାର୍ଜୀ ଓରଫ ଗୋପାଳ ପାଠା ଓ ଅନ୍ୟ ଜଣେ ନୋଆଖାଲୀ ବାର ଆସୋସିଏସନର ପୂର୍ବତନ ସଭାପତି ରାଜେନ୍ଦ୍ର ଲାଲ ରାୟ ଚୌଧୁରୀ । କୋଲକାତାରେ ଗୋପାଲ ପାଠାଙ୍କ ପ୍ରତି ଆକ୍ରମଣ ପରେ ସୋହରାବର୍ଦୀ ପଛକୁ ହଟିଥିଲା । ସେହିପରି ରାୟ ଚୌଧୁରୀ ବୀରତ୍ୱର ସହ ଲଢେଇ କରି ବଳିଦାନ ଦେଇଥିଲେ । ତାଙ୍କର ମୁଣ୍ଡ କାଟ କରାଯାଇଥିଲା ଓ ତାଙ୍କର ଦୁଇ ଝିଅକୁ ସେକ୍ସ ସ୍ଲେଭ କରି ଦିଆଯାଇଥିଲା । ଏଭଳି ବ୍ୟକ୍ତିମାନଙ୍କ ବିଷୟରେ ଆମେ ସମ୍ପୂର୍ଣ ଅଜ୍ଞ ।
ଏହି ଏକ ସିନରେ ଭାରତ- ପାକିସ୍ତାନ ବିଭାଜନ ଦିନ ଗୁଲାମ ସରାବର ହୁସୈନୀର ଏକ ସଂଳାପ ମଧ୍ୟ ରହିଛି । ଏହି ସଂଳାପରେ ହୁସେନୀ କହୁଛି ଯେ ଭାରତକୁ ବିଭାଜନ କରି ପାକିସ୍ତାନ ନେବା ଦ୍ୱାରା ଆମର ପ୍ରଜେକ୍ଟ ଶେଷ ହୋଇ ନାହିଁ। ସମ୍ପୂର୍ଣ ଭାରତର ଇସଲାମୀକରଣ କରି ତାକୁ ପାକିସ୍ତାନ କରିବା ହେଉଛି ଆମର ଲକ୍ଷ୍ୟ । ତେଣୁ ଏହି ଅଭିଯାନ ଜାରୀ ରହିବ । ଆଜି ଯେତେବେଳେ ଆମେ ଗଜୱା ଏ ହିନ୍ଦ କଥା ଶୁଣୁଛୁ, ଯେଭଳି ଭାବେ ସୀମାବର୍ତୀ ଅଂଚଳ ମାନଙ୍କରେ ସୁନିୟୋଜିତ ଡେମୋଗ୍ରାଫି ପରିବର୍ତନ କରାଯାଉଥିବା ଦେଖୁଛୁ ସେତେବେଳେ ହୁସେନୀର ସେହି କଥା ସତ୍ୟ ପ୍ରମାଣିତ କରୁଛି ଯେ ପାକିସ୍ତାନ ନିର୍ମାଣ ପରେ ମଧ୍ୟ ଏହି ପ୍ରଜେକ୍ଟ ଶେଷ ହୋଇ ନାହିଁ । ସମ୍ପୂର୍ଣ ଭାରତର ଇସଲାମୀକରଣ କରିବା ହେଉଛି ପାକିସ୍ତାନ ନିର୍ମାଣର ଅସମାପ୍ତ ଏଜେଂଡା । ଏହି ଫିଲ୍ମ ଭବିଷ୍ୟତକୁ ନେଇ ଚିନ୍ତା କରିବାକୁ ଚେତାବନୀ ଦେଉଛି ।

Leave a Reply