ଜାତୀୟ ସମବାୟ ଉନ୍ନୟନ ନିଗମକୁ ୨,୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ସହାୟତା ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ

ଜାତୀୟ ସମବାୟ ଉନ୍ନୟନ ନିଗମକୁ ୨,୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ସହାୟତା ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଥିବା କେନ୍ଦ୍ର କ୍ୟାବିନେଟ ଆଜି ଜାତୀୟ ସମବାୟ ଉନ୍ନୟନ ନିଗମକୁ ୨୦୨୫-୨୬ ରୁ ୨୦୨୮-୨୯ ପର୍ଯ୍ୟନ୍ତ ଚାରି ବର୍ଷ ପାଇଁ ୨୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ସହାୟତା ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ଏହା ଅଧୀନରେ, ୨୦୨୫-୨୬ ଆର୍ଥିକ ବର୍ଷରୁ ପ୍ରତିବର୍ଷ ୫୦୦ କୋଟି ଟଙ୍କାର ଅନୁଦାନ ସହାୟତା ପ୍ରଦାନ କରାଯିବ।

୨୦୨୫-୨୬ ରୁ ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୨୦୦୦ କୋଟି ଟଙ୍କାର ଅନୁଦାନ ସହାୟତା ଆଧାରରେ, ଏନସିଡିସି ଚାରି ବର୍ଷ ମଧ୍ୟରେ ଖୋଲା ବଜାରରୁ ୨୦,୦୦୦ କୋଟି ଟଙ୍କା ସଂଗ୍ରହ କରିପାରିବ। ଏହି ପାଣ୍ଠିଗୁଡ଼ିକୁ ଏନସିଡିସି ଦ୍ୱାରା ସମବାୟ ସଂସ୍ଥାମାନଙ୍କୁ ନୂତନ ପ୍ରକଳ୍ପ ସ୍ଥାପନ / କାରଖାନା ବିସ୍ତାର ଏବଂ କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପୂରଣ ପାଇଁ ଋଣ ପ୍ରଦାନ କରିବା ନିମନ୍ତେ ବ୍ୟବହାର କରାଯିବ।

ଆର୍ଥିକ ପ୍ରଭାବ:

ଏନସିଡିସିକୁ ୨୦୦୦ କୋଟି ଟଙ୍କା (୨୦୨୫-୨୬ ଆର୍ଥିକ ବର୍ଷରୁ ୨୦୨୮-୨୯ ଆର୍ଥିକ ବର୍ଷ ପର୍ୟ୍ୟନ୍ତ ପ୍ରତିବର୍ଷ ୫୦୦ କୋଟି ଟଙ୍କା) ଅନୁଦାନର ଉତ୍ସ ଭାରତ ସରକାରଙ୍କ ବଜେଟ୍ ସହାୟତା ମାଧ୍ୟମରେ ଦିଆଯିବ। ଏନସିଡିସିକୁ ଦିଆଯିବାକୁ ଥିବା ଏହି ୨୦୦୦ କୋଟି ଟଙ୍କାର ଅନୁଦାନ ସହାୟତା ଆଧାରରେ, ଏନସିଡିସି ଚାରି ବର୍ଷ ମଧ୍ୟରେ ଖୋଲା ବଜାରରୁ ୨୦,୦୦୦ କୋଟି ଟଙ୍କା ସଂଗ୍ରହ କରିପାରିବ।

ଲାଭ:

ଏହା ଦ୍ବାରା ଦେଶବ୍ୟାପୀ ଦୁଗ୍ଧ, ପଶୁପାଳନ, ମତ୍ସ୍ୟପାଳନ, ଚିନି, ବୟନଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ସଂରକ୍ଷଣ ଏବଂ ଶୀତଳ ଭଣ୍ଡାର ଭଳି ବିଭିନ୍ନ କ୍ଷେତ୍ରର ୧୩,୨୮୮ ସମବାୟ ସମିତି; ଶ୍ରମ ଏବଂ ମହିଳା ନେତୃତ୍ୱାଧୀନ ସମବାୟ ସମିତିଗୁଡ଼ିକର ପ୍ରାୟ ୨.୯ କୋଟି ସଦସ୍ୟ ଉପକୃତ ହେବାର ସମ୍ଭାବନା ଅଛି।

Leave a Reply