ମରଣାନ୍ତକ ଆକ୍ରମଣ କରି ଅଭିଯୁକ୍ତ ବୁଲୁଛନ୍ତି ବିନ୍ଦାସରେ
ରାଇରଙ୍ଗପୁର/ ବହଳଦା,): ସଂଘବଦ୍ଧ ଆକ୍ରମଣ ଘଟଣା ଅଭିଯୋଗ ପରେ ମଧ୍ୟ ନ୍ୟାୟ ମିଳୁନି । ମରଣାନ୍ତକ ଆକ୍ରମଣ କରି ଅଭିଯୁକ୍ତ ବୁଲୁଛନ୍ତି ବିନ୍ଦାସରେ। ନ୍ୟାୟ ପାଇଁ ଦୁଇଟି ଥାନାର ଦ୍ବାରସ୍ଥ ହୋଇଛନ୍ତି ଅଭିଯୋକାରୀ। ତଥାପି ନ୍ୟାୟ ମିଳୁନି। ଚୁପ୍ ବସିଛି ବହଳଦା ଥାନା ପୁଲିସ । ଏଭଳି ଏକ ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ସାନଦୁନ୍ଦୁ ଗାଁରୁ ।
ଅଭିଯୋଗ ଅନୁଯାୟୀ; ଗତ ୨୦ ତାରିଖରେ ବଡ଼ଦୁନ୍ଦୁ ଗାଁର ୩ ଜଣ ଯୁବକ ଚୋରି ଉଦ୍ଦେଶ୍ୟରେ ସାନଦୁନ୍ଦୁ ଗ୍ରାମକୁ ଯାଇଥିଲେ। ସେହି ସମୟରେ ଗାଁ ଲୋକେ ସେମାନଙ୍କ ଭିତରୁ ଜଣଙ୍କୁ ଧରି ମାଡ଼ ମାରିଥିଲେ | ସେହି ଘଟଣାକୁ କେନ୍ଦ୍ର କରି ଗତ ୨୨ ତାରିଖରେ ବଡ଼ଦୁନ୍ଦୁ ଗାଁର ୨୦ରୁ ଅଧିକ ଯୁବକ ସାନଦୁନ୍ଦୁ ଗ୍ରାମକୁ ଯାଇଥିଲେ | ଆଉ ଗାଁ ଲୋକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।
ସେହି ଘଟଣାକୁ ନେଇ ଅଭିଯୋଗକାରୀ ଓ ଆକ୍ରମଣର ଶିକାର ହୋଇଥିବା ଅନ୍ୟ ଯୁବକମାନେ ବହଳଦା ଥାନାରେ ଲିଖିତ ଅଭିଯୋଗ କରି ପରେ ରାଇରଙ୍ଗପୁର ଟାଉନ୍ ଥାନାରେ ଏକ ଆଟ୍ରୋସିଟି ଅଭିଯୋଗ ହୋଇଥିଲା। ତେବେ ଏଭଳି ମରଣାନ୍ତକ ଆକ୍ରମଣ କରିଥିବା ୬ ଜଣ ମଧ୍ୟରୁ ବହଳଦା ପୁଲିସ କେବଳ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତମାନେ ଖୋଲାମ ଖୋଲା ବୁଲୁଛନ୍ତି। ଏଥିସହ ଧମକ ଦେଉଛନ୍ତି ବୋଲି ଅଭିଯୋଗ ହୋଇଛି ।
ଏ ନେଇ ଉପଖଣ୍ଡ ଏସ୍ଡିପିଓ ଗୋକୁଳା ନନ୍ଦ ସାହୁ କହିଛନ୍ତି, ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦିଆଯାଛି।