ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପୂଣ୍ୟତିଥି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଡକ୍ଟର ଏପିଜେ ଅବଦୁଲ କଲାମଙ୍କୁ ଜଣେ ପ୍ରେରଣାଦାୟକ ଦୂରଦୃଷ୍ଟି ସମ୍ପନ୍ନ, ଉତ୍କୃଷ୍ଟ ବୈଜ୍ଞାନିକ, ମାଗଦର୍ଶକ ଏବଂ ଜରେ ମହାନ ଦେଶପ୍ରେମୀ ଭାବରେ ମନେ ରଖାଯାଏ ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ପୂର୍ବତନ ରାଷ୍ଟ୍ରପତି ତଥା ଆମର ପ୍ରିୟ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପୂଣ୍ୟତଥି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି । ତାଙ୍କୁ ଜଣେ ପ୍ରେରଣାଦାୟକ ଦୂରଦୃଷ୍ଟିସମ୍ପନ୍ନ, ଉତ୍କୃଷ୍ଟ ବୈଜ୍ଞାନିକ, ମାର୍ଗଦର୍ଶକ ଏବଂ ଜଣେ ମହାନ ଦେଶପ୍ରେମୀ ଭାବରେ ମନେ ରଖାଯାଏ । ଆମ ଦେଶ ପ୍ରତି ତାଙ୍କର ସମର୍ପଣ ଅନୁକରଣୀୟ ଥିଲା । ତାଙ୍କର ଚିନ୍ତାଧାରା ଭାରତର ଯୁବପିଢ଼ିଙ୍କୁ ଏକ ବିକଶିତ ଏବଂ ସଶକ୍ତ ଭାରତ ଗଠନ ଦିଗରେ ଯୋଗଦାନ ଦେବାକୁ ପ୍ରେରଣା ଯୋଗାଇ ଥାଏ ।”