ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣା-ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଓ ଏଚ୍‌ଓଡି ସମୀର ସାହୁଙ୍କ ଉପରେ ସମସ୍ତଙ୍କର ଆଖି

ବାଲେଶ୍ବର ଫକୀରମୋହନ କଲେଜର ପୀଡ଼ିତା ଛାତ୍ରୀଙ୍କ ଯୌନ ନିର୍ଯାତନା ସମ୍ପର୍କିତ ଅଭିଯୋଗ ଆସିବା ପରେ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଏହାର ତଦନ୍ତ କରିଥିଲା ଏବଂ ତଦନ୍ତରେ ସେମାନେ ଜାଣିବା ପାଇଁ ପାଇଥିଲେ ଯେ, ବିଭାଗୀୟ ମୁଖ୍ୟ ସମୀର ସାହୁଙ୍କ ବ୍ୟବହାର ଠିକ୍‌ ନଥିଲା । ତାଙ୍କୁ ଏଚ୍‌ଓଡି ପଦରୁ ପରିବର୍ତ୍ତନ କରିବା ପାଇଁ ସୁପାରିସ କରାଯାଇଥିଲା । ଏହା କରିଥିଲେ ପୀଡ଼ିତା ଛାତ୍ରୀ ଜଣଙ୍କ ଖୁସି ହୋଇଥା’ନ୍ତେ ଓ ଏଭଳି ପଦକ୍ଷେପ ନେଇ ନଥା’ନ୍ତେ ବୋଲି କମିଟିର ଜଣେ ସଦସ୍ୟ ମିନତୀ ସିରି ସୂଚନା ଦେଇଛନ୍ତି । ଆଭ୍ୟନ୍ତରୀଣ ଅଭିଯୋଗ କମିଟି ମଧ୍ୟ ଅନୁଭବ କରିଥିଲା ପରୀକ୍ଷା ଦେବାରୁ ଛାତ୍ରୀ ଜଣଙ୍କୁ ନିବୃତ୍ତ ରଖିବା ଏକ ନିର୍ଯାତନା ଥିଲା । ଏହି ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ରିପୋର୍ଟ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କୁ ଦିଆଯାଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଦିଲ୍ଲୀପ ଘୋଷ କୌଣସି ପଦକ୍ଷେପ ନନେଇ ଏଚ୍‌ଓଡି ସମୀର ସାହୁଙ୍କୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରିଥିଲେ । ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ବିରୋଧରେ ସଂଗୀନ ଦଫା ବିଏନ୍‌ଏସ୍‌ ଦଫା-୭୫ ଅର୍ଥାତ୍‌ ଯୌନ ନିର୍ଯାତନା ଅଭିଯୋଗ ଦଫା- ୭୯ ଅର୍ଥାତ୍‌ ମହିଳାଙ୍କ ମର୍ଯ୍ୟାଦାହାନୀ ଦଫା-୧୦୮ ଅର୍ଥାତ୍‌ ଆତ୍ମହତ୍ୟା ପାଇଁ ସ୍ଥିତି ସୃଷ୍ଟି କରିବା ଦଫା- ୩୫୧ (ଖ) ଅର୍ଥାତ୍‌ ପୀଡ଼ିତାଙ୍କୁ ଧମକାଇବା ଦଫା- ୩ (୫) ଅର୍ଥାତ୍‌ ଅନ୍ୟ ଲୋକଙ୍କ ସହ ମିଶି ଅପରାଧ କରିବା ।

Leave a Reply

Your email address will not be published. Required fields are marked *