ଭାରତର ମହାତ୍ବାକାଂକ୍ଷୀ ଗଗନାୟନ ମିଶନର ନେତୃତ୍ବ ନେବେ ଶୁଭାଂଶୁ ଶୁକ୍ଲା

ଭାରତର ମହାତ୍ବାକାଂକ୍ଷୀ ଗଗନାୟନ ମିଶନର ନେତୃତ୍ବ ନେବେ ଶୁଭାଂଶୁ ଶୁକ୍ଲା । ୨୦୨୮ ସୁଦ୍ଧା ଭାରତ ମହାକାଶକୁ ମଣିଷ ପଠାଇବାକୁ ଲକ୍ଷ୍ୟ ରଖିଛି । ଗଗନାୟନ ମିଶନର ପ୍ରମୁଖ ସଦସ୍ୟ ଅଛନ୍ତି ଶୁଭାଂଶୁ । ସେ ଅନ୍ୟ ଭାରତୀୟ ମହାକାଶଚାରୀଙ୍କୁ ତାଲିମ ଦେବେ । ୨୦୩୫ ସୁଦ୍ଧା ନିଜସ୍ବ ସ୍ପେଶ ଷ୍ଟେସନ ନିର୍ମାଣ କରିବ ଭାରତ । ଯାହାର ନାଁ ରଖାଯାଇଛି ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ । ସେହିପରି ୨୦୪୦ ସୁଦ୍ଧା ଚନ୍ଦ୍ରକୁ ମଣିଷ ପଠାଇବାକୁ ଯୋଜନା କରିଛି ଭାରତ । ଭାରତ ଏହି ସ୍ବପ୍ନର ଉଡାଣକୁ ନୂଆ ଦିଗ ଦେବେ ଶୁଭାଂଶୁ ।

Leave a Reply