ଭାରତ ସହ ଗ୍ରୀସର ସାମରିକ ଅଭ୍ୟାସ ତୁର୍କୀ ପାଇଁ ଏକ ଝଟକା ସାବ୍ୟସ୍ତ

ତୁର୍କୀ ସହିତ ଏଜିୟନ ଦ୍ୱୀପ ସମୂହକୁ ନେଇ ଗ୍ରୀସର ବିବାଦ ରହିଛି । ଏହି ଦ୍ୱୀପ ଉପରେ ଉଭୟ ଗ୍ରୀସ ଓ ତୁର୍କୀ ଅଧିକାର ଜାହିର କରି ଆସୁଛନ୍ତି । ଏଭଳି ସ୍ଥିତିରେ ଭାରତ ସହ ଗ୍ରୀସର ସାମରିକ ଅଭ୍ୟାସ ତୁର୍କୀ ପାଇଁ ଏକ ଝଟକା ସାବ୍ୟସ୍ତ ହୋଇଥିବ ନିଶ୍ଚୟ । ଖାଲି ତୁର୍କୀ ନୁହେଁ ପାକିସ୍ତାନକୁ ଏହାକୁ ନେଇ ଆଶ୍ଚର୍ଯ୍ୟ ହୋଇଥିବା କୁହାଯାଉଛି । ଅପରେସନ ସିନ୍ଦୂର ବେଳେ ପାକିସ୍ତାନକୁ ଖୋଲା ସମର୍ଥନ କରିଥିଲା ତୁର୍କୀ । ଅସ୍ତ୍ରଶସ୍ତ୍ର ବି ଯୋଗାଇ ଦେଇଥିଲା ତୁର୍କୀ । ଦୁଇଦେଶ ମଧ୍ୟରେ ସାମରିକ ସମ୍ପର୍କ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଯୁଦ୍ଧାଭ୍ୟାସ କରାଯାଇଛି । ତୁର୍କୀ ଓ ପାକିସ୍ତାନର ମିଳିତ ଯୁଦ୍ଧାଭ୍ୟାସ ପରେ ଭାରତ ଓ ଗ୍ରୀସ୍‌ ନୌସେନା ପକ୍ଷରୁ ଏହି ମିଳିତ ଯୁଦ୍ଧାଭ୍ୟାସ କରାଯାଇଛି । ପାକିସ୍ତାନ ସହ ମିଶି ତୁର୍କୀ ସମୁଦ୍ରରେ ସୀମା ବୃଦ୍ଧି କରିବାକୁ ଚେଷ୍ଟା କରୁଥିବା ନେଇ ଅନୁମାନ କରୁଛନ୍ତି ପ୍ରତିରକ୍ଷା ସମୀକ୍ଷକ । ଏଭଳି ସ୍ଥିତିରେ ସହଯୋଗୀ ଦେଶଗୁଡ଼ିକ ସହିତ ମିଶି ଭାରତ ସାମୁଦ୍ରିକ ସୀମାରେ ଯୁଦ୍ଧାଭ୍ୟାସ କରୁଥିବା ନେଇ ଆକଳନ କରାଯାଉଛି  ା ସମୁଦ୍ର ଭିତରେ ପାକିସ୍ତାନ ଓ ତୁର୍କୀକୁ ଉଚିତ ଜବାବ ଦେଇଛି ଭାରତ । ସାମୁଦ୍ରିକ ସୀମାରେ ଗ୍ରୀକ୍‌ ସେନା ସହ ମିଶି ଭାରତୀୟ ନୌସେନା ଯୁଦ୍ଧାଭ୍ୟାସ କରିଛି । ଏହାକୁ ନେଇ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସ୍‌ ‘ରେ ଫଟୋ ସେୟାର କରିଛି ଭାରତୀୟ ସେନା ।

Leave a Reply