ସଂପୃକ୍ତ ବ୍ୟକ୍ତିଙ୍କୁ କଠୋର ଦଣ୍ଡ ମିଳିବ

ଭୁବନେଶ୍ୱର: ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଖବରକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ରାଜ୍ୟପାଳ। ଛାତ୍ରୀଙ୍କ ଅକାଳ ବିୟୋଗ ଶୁଣି ସେ ଗଭୀର ମର୍ମାହତ ହୋଇଥିବା କହିଛନ୍ତି।  ଅମର ଆତ୍ମାର ସଦଗତି ନିମନ୍ତେ ରାଜ୍ୟପାଳ କାମନା କରିଛନ୍ତି। ଏହା କେବଳ ଏକ ଦୁଃଖଦ ଘଟଣା ନୁହେଁ, ଆମ କ୍ୟାମ୍ପସକୁ ସୁରକ୍ଷିତ ରଖିବାକୁ ଜରୁରୀ ଆବଶ୍ୟକତା ବୋଲି ମନେ ପକାଉଛି। ଆଇନ୍ କଡ଼ା ପଦକ୍ଷେପ ନେବ। ସଂପୃକ୍ତ ବ୍ୟକ୍ତିଙ୍କୁ ଦଣ୍ଡ ମିଳିବ ବୋଲି ସେ କହିଛନ୍ତି। 

ପ୍ରକାଶଥାଉକି ବାଲେଶ୍ୱର ଏଫଏମ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆଖି ବୁଜିଛନ୍ତି। ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଗତ ଶନିବାର ଏଫଏମ କଲେଜରେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ ପୀଡିତା। ଏହି ଘଟଣାକୁ ନେଇ ତେଜିଛି ରାଜନୀତି। ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଶୋକସନ୍ତପ୍ତ ପରିବାରକୁ ସେ ଗଭୀର ସମବେଦନା ଜଣାଇଛନ୍ତି। ଏହା ସହ ରାଜ୍ୟ ସରକାରଙ୍କ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି। ଏହାସହ ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି ନବୀନ ପଟ୍ଟନାୟକ।

Leave a Reply

Your email address will not be published. Required fields are marked *