ଜୁଲାଇ ୧୪ ଏବଂ ୧୫ ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁଲାଇ ୧୪ ଓ ୧୫ ତାରିଖରେ ଭୁବନେଶ୍ୱର ଏବଂ କଟକ ଗସ୍ତରେ ଆସୁଛନ୍ତି।

ଜୁଲାଇ ୧୪ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ବରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ପଞ୍ଚମ ସମାବର୍ତ୍ତନ ସମାରୋହରେ ଅଂଶଗ୍ରହଣ କରିବେ।

ଜୁଲାଇ ୧୫ ତାରିଖରେ ଶ୍ରୀମତୀ ମୁର୍ମୁ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ଅତିଥି ଭାବେ ଯୋଗଦାନ କରିବା ସହିତ ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ତିନୋଟି ଅଟ୍ଟାଳିକାର ପୁନର୍ବିକାଶ ଲାଗି ଶିଳାନ୍ୟାସ କରିବେ। ସେ ମଧ୍ୟ ଆଦିକବି ସାରଳା ଦାସଙ୍କ ଜନ୍ମ ବାର୍ଷିକୀ ସମାରୋହରେ ଯୋଗ ଦେବା ସହିତ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି ।

Leave a Reply

Your email address will not be published. Required fields are marked *