ଚାଙ୍ଗୁର ବାବାଙ୍କ ଧର୍ମାନ୍ତରୀକରଣ ରାକେଟ୍‌ ମହାରାଷ୍ଟ୍ର , କର୍ଣ୍ଣାଟକ , ତାମିଲନାଡୁ ,ବିହାର, ପଶ୍ଚିମବଙ୍ଗ ଯାଏ ବିସ୍ତାରିତ 

ଉତ୍ତର ପ୍ରଦେଶରେ ଧର୍ମାନ୍ତରୀକରଣର ରାକେଟ୍‌ ଚଲାଉ ଥିବା ଚାଙ୍ଗୁର ବାବା ଓରଫ ଜଲାଲୁଦ୍ଦିନଙ୍କର ଗିରଫ ପରେ , ଲଗାତାର ଅନେକ ରହସ୍ୟର ଖୁଲାସା ହେବାରେ ଲାଗିଛି। ଚାଙ୍ଗୁର ବାବାଙ୍କ ଧର୍ମାନ୍ତରୀକରଣ ରାକେଟ୍‌ ମହାରାଷ୍ଟ୍ର , କର୍ଣ୍ଣାଟକ , ତାମିଲନାଡୁ ,ବିହାର, ପଶ୍ଚିମବଙ୍ଗ ଯାଏ ବିସ୍ତାରିତ ଥିଲା। 

ସୁରକ୍ଷା ଏଜେନ୍ସିମାନେ ଚାଙ୍ଗୁର ବାବାଙ୍କ ସହ ତାଙ୍କର ସହଯୋଗୀ ନିତୁ ଓ ନବୀନଙ୍କୁ ମଧ୍ୟ ଗିରଫ କରିଛନ୍ତି। ରିପୋର୍ଟ ମୁତାବିକ , କିଛି ଦିନ ପୂର୍ବେ ହିଁ ନେପାଳରେ ପାକସ୍ତାନର ଦୂତାବାସରେ ଆଇଏସଆଇ ସହ ଏକ ଗୁପ୍ତ ବୈଠକ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପାକିସ୍ତାନୀ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟର ପ୍ରତିନିଧିମଣ୍ଡଳ ମଧ୍ୟ ସାମିଲ ହୋଇଥିଲେ। ଏହା ବ୍ୟତୀତ ବୈଠକରେ ଆଇଏସଆଇର ଅଧିକାରୀ ଉପସ୍ଥିତ ଥିଲେ। ପାକିସ୍ତାନୀ ପ୍ରତିନିଧିମଣ୍ଡଳ ଭାରତ-ନେପାଳ ସୀମାରେ ମଧ୍ୟ ପହଞ୍ଚି ଥିଲେ।

ଚାଙ୍ଗୁର ନେପାଳର କୌଣସି ଧର୍ମଗୁରୁଙ୍କ ସାହାଯ୍ୟରେ ପାକିସ୍ତାନୀ ଦୂତାବାସ ସହ ଯୋଗାଯୋଗ କରିବାକୁ ଚାହୁଁଥିଲେ। ହେଲେ ସୁରକ୍ଷା କାରଣରୁ ସେ ପ୍ରବେଶ ପାଇ ପାରିଲେ ନାହିଁ। ସେ ଉତ୍ତର ପ୍ରଦେଶରେ ଏକ ଘାଟି ତିଆରି କରି ରୋହିଙ୍ଗ୍ୟାମାନଙ୍କୁ ମଧ୍ୟ ଆଣିବାକୁ ଚାହୁଁଥିଲେ।ତାଙ୍କର ଯୋଜନା ଖୁବ୍‌ ବିପଦଜ୍ଜନକ ଥିଲା। 

ୟୁପି ଏଟିଏସ୍‌ର ପଚରାପଚରିରେ ଜଣାପଡ଼ିଛି ଯେ, କେବଳ ଉତ୍ତର ପ୍ରଦେଶ ନୁହେଁ , ଚାଙ୍ଗୁର ବାବା ଅନେକ ରାଜ୍ୟରେ ଧର୍ମାନ୍ତରୀକରଣର ରାକେଟ୍‌ ଚଲାଉ ଥିଲେ। ଏହା ବ୍ୟତୀତ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ସଂପର୍କ ମଜବୁତ କରିବାର ଉଦ୍ଦେଶ୍ୟରେ, ସେ କାଠମାଣ୍ଡୁ ମଧ୍ୟ ଯାଇଥିଲେ। ଏହାର ଅର୍ଥ ଏହା ଯେ, ତାଙ୍କର ଉଦ୍ଦେଶ୍ୟ ଧର୍ମାନ୍ତରୀକରଣ ଯାଏ ସୀମିତ ନଥିଲା, ଧର୍ମ ଆଢୁଆଳରେ ସେ ଦେଶର ସୁରକ୍ଷା ପାଇଁ ମଧ୍ୟ ବିପଦ ପାଲଟି ଯାଇଥିଲେ। ସେ ହିନ୍ଦୁ ମହିଳାଙ୍କ ବିବାହ ଆଇଏସଆଇ ଏଜେଣ୍ଟଙ୍କ ସହ କରାଇବାକୁ ଚାହୁଁଥିଲେ, ଯାହା ଦ୍ୱାରା ସେମାନେ ମଧ୍ୟ ସ୍ଲିପର ସେଲ୍‌ ଭାବେ କାମ କରିବା ଆରମ୍ଭ କରି ପାରିବେ।

ଇଣ୍ଡିଆ ଟୁଡେର ରିପୋର୍ଟରେ ସୂତ୍ରାନୁସାରେ କୁହାଯାଇଛି ଯେ, ଦୁର୍ବଳବର୍ଗର ହିନ୍ଦୁମାନଙ୍କୁ ଟାର୍ଗେଟ୍‌ କରି ଧର୍ମାନ୍ତରୀକରଣ କରାଇବା ବ୍ୟତୀତ ସେ ଆଇଏସଆଇ ସହ ଯୋଗାଯୋଗ କରିବା ଚେଷ୍ଟାରେ ଥିଲେ। ସେ ଚାହୁଁ ଥିଲେ ଯେ, ଯେଉଁ ହିନ୍ଦୁ ମହିଳାଙ୍କର ସେ ଧର୍ମାନ୍ତରଣ କରାଉଛନ୍ତି , ସେ ଆଇଏସଆଇର ଏଜେଣ୍ଟ ବା ନେପାଳରେ ରହୁଥିବା ଆଇଏସଆଇର ସ୍ଲିପର ସେଲ୍ସ ସହ ବିବାହ କରନ୍ତୁ। 

Leave a Reply

Your email address will not be published. Required fields are marked *