ଚଣ୍ଡିଖୋଲ : ଶ୍ରାବଣ ପ୍ରଥମ ସୋମବାର । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ମହାବିନାୟକ ପୀଠରେ ଶ୍ରାବଣ ପ୍ରଥମ ସୋମବାର ପାଇଁ ଲାଗିଛି କାଉଡ଼ିଆଙ୍କ ଭିଡ଼ । ଜଳାଭିଷେକ ପାଇଁ ସକାଳୁ ସକାଳୁ ଲାଗିଛି କାଉଡ଼ିଆଙ୍କ ଭିଡ଼ । ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶ୍ରାବଣର ପ୍ରଥମ ସୋମବାରରେ ଅନେକ ନଦୀ ଘାଟରୁ ନୀତି ନିୟମରେ ପାଣି ଉଠାଇ ବୋଲବମ୍ ଜପ କରି ମହାବିନାୟକ ପୀଠରେ ପହଞ୍ଚିଛନ୍ତି କାଉଡ଼ିଆ । ମନ୍ଦିରର ପରିକ୍ରମା କରି ଧୁପ ଦୀପ ଅର୍ପଣ କରିଥିଲେ କାଉଡ଼ିଆ ।ଶ୍ରାବଣ ମାସରେ କାଉଡ଼ିଆଙ୍କ ଭିଡ଼ ଲାଗି ମନ୍ଦିର ଟ୍ରଷ୍ଟ ଓ ବଡ଼ଚଣା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ବିଶ୍ରାମ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ସହ ମନ୍ଦିରର ଆଲୋକୀକରଣ ମଧ୍ୟ କରାଯାଇଛି । ରାଜ୍ୟ ଏବଂ ରାଜଧାନୀରେ ଥିବା ଶୈବପୀଠଗୁଡ଼ିକ ବେଶ୍ ଚଳଚଞ୍ଚଳ ହୋଇଉଠିଛି। ବିଭିନ୍ନ ଶୈବପୀଠରେ କାଉଡ଼ିଆମାନେ ଭଗବାନ ଶିବଙ୍କଠାରେ ଜଳଲାଗି କରିଛନ୍ତି। ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ, କପିଳାସ ଭଦ୍ରକର ଆରଡ଼ି ଏବଂ କଟକର ଧବଳେଶ୍ବର ପୀଠରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ଲାଗିଛି। ଏହି ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।