ରେଳ ସୁରକ୍ଷା ବଳର ପ୍ରଥମ ମହିଳା ମହାନିର୍ଦ୍ଦେଶକ

ନୂଆଦିଲ୍ଲୀ: ରେଳ ସୁରକ୍ଷା ବଳ (RPF) ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ଅଧିକାରୀଙ୍କୁ ସର୍ବୋଚ୍ଚ ପଦବୀ ଦିଆଯାଇଛି। ମଧ୍ୟପ୍ରଦେଶ କ୍ୟାଡରର ୧୯୯୩ ବ୍ୟାଚର ବରିଷ୍ଠ ଆଇପିଏସ ଅଧିକାରୀ ସୋନାଲି ମିଶ୍ରାଙ୍କୁ ରେଳ ସୁରକ୍ଷା ବଳର ମହାନିର୍ଦ୍ଦେଶକ (DG) ଭାବରେ ନିଯୁକ୍ତ କରାଯାଇଛି। ଶନିବାର ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଆଦେଶ ଅନୁଯାୟୀ, ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି ଏବଂ ସେ ୩୧ ଅକ୍ଟୋବର, ୨୦୨୬ରେ ଅବସର ଗ୍ରହଣ କରିବା ପର୍ଯ୍ୟନ୍ତ ଏହି ପଦବୀରେ ରହିବେ। ବର୍ତ୍ତମାନର ଡିଜି ମନୋଜ ଯାଦବ ୩୧ ଜୁଲାଇରେ ଅବସର ନେବା ପରେ ସୋନାଲି ମିଶ୍ରା ଏହି ଦାୟିତ୍ୱ ଗ୍ରହଣ କରିବେ।

Leave a Reply

Your email address will not be published. Required fields are marked *