ବଳଦ ମାରି ମାଂସବିକ୍ରି ଉଦ୍ୟମ, ୨ ଗିରଫ

ବଳଦ ମାରି ମାଂସବିକ୍ରି ଉଦ୍ୟମ, ୨ ଗିରଫ
ଲେଫ୍ରିପଡ଼ା: ସର୍ଗିପାଲି ଫାଣ୍ଡି କାଣ୍ଟିପଡ଼ାର ସୁରେଶ କିସାନଙ୍କ ଗୁହାଳରୁ ବଳଦ ଚୋରିକରି ତାକୁ କାଟି ମାଂସବିକ୍ରି ଉଦ୍ୟମ କରୁଥିବା ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ସେମାନେ ହେଲେ ପଡ଼ାର ଗଣେଶ ଓରାମ ଓ ଓ ପ୍ରଦୀପ ସୋରେନା ଅନ୍ୟ ୨ ଅଭିଯୁକ୍ତ ରାହୁଲ ଓରାମ ଓ କରମଡିହିର ଅଜୟ ଓରାମ ଫେରାର ହୋଇଯାଇଛନ୍ତି। ସୁରେଶଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଗୁହାଳରେ ବନ୍ଧା ଏକ ବଳଦକୁ କେହି ରାତିରେ ଚୋରିକରି ନେଇଯାଇଥିବା ଜାଣିବାକୁ ପାଇ ଖୋଜାଖୋଜି କରିଥିଲେ। ପରେ ପଡ଼ାର ଗଣେଶ ଓରାମଙ୍କ ଘରେ ୪ ଜଣ ମିଶି ତାଙ୍କ ବଳଦକୁ ମାରି ମାଂସବିକ୍ରି କରିବାକୁ ଉଦ୍ୟମ କରୁଥିବା ସୂଚନା ପାଇଥିଲେ। ସୁରେଶ ଓ ତାଙ୍କ ସ୍ତ୍ରୀ ଗଣେଶଘରକୁ ଯାଇ ବଳଦର କଟାମୁଣ୍ଡ ଓ ମାଂସ ଦେଖି ସେମାନଙ୍କୁ ପଚାରିବାରୁ ରାହୁଲ ଓ ଅଜୟ ଦୌଡ଼ି ପଳାଇ ଯାଇଥିଲେ। ପଡ଼ାଲୋକଙ୍କ ସହାୟତାରେ ଅନ୍ୟ ୨ ଜଣଙ୍କୁ ଅଟକ ରଖି ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଆସି କଟାମାଂସ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଅନ୍ୟ ୨ ଜଣ ଶୀଘ୍ର ଗିରଫହେବେ ବୋଲି ପୁଲିସ କହିଛି।

Leave a Reply