ଶିଶୁମନ୍ଦିରରେ ବନ ମହୋତ୍ସବ ସପ୍ତାହ

ଶିଶୁମନ୍ଦିରରେ ବନ ମହୋତ୍ସବ ସପ୍ତାହ
କେନ୍ଦୁଝର: କେନ୍ଦୁଝରଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଛି । ବନପାଳ ଅକ୍ଷୟ କୁମାର ମହାନ୍ତି, ବନପାଳ କାଳନ୍ଦୀ ଚରଣ ସାମଲ ଅତିଥି ଭାବେ ଯୋଗଦେଇ ସମସ୍ତେ ଗୋଟିଏ ଲେଖାଏଁ ଗଛ ଲଗାଇ ବନ ମହୋତ୍ସବକୁ ସଫଳ କରିବାକୁ ପରାମର୍ଶ ଦେଇଥିଲେ । ବୃକ୍ଷରୋପଣ ଦ୍ବାରା ପରିବେଶ ସନ୍ତୁଳନ ହୋଇପାରିବ ବୋଲି କହିଥିଲେ। ପ୍ରଧାନଆଚାର୍ଯ୍ୟ ଅଲେଖ ମହାନ୍ତ ଅତିଥି ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ଦେଇଥିଲେ । ଶେଷରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଗୁରୁଜୀ ବଂଶୀଧର ମହାନ୍ତ ଓ ତ୍ରିଲୋଚନ ମହାନ୍ତ ସହଯୋଗ କରିଥିଲେ ।

Leave a Reply