ପୁଲିସର ବାଂଲାଦେଶୀ ଚିହ୍ନଟ ଅଭିଯାନ ୪୪୪ ଜଣ ସନ୍ଦିଗ୍ଧଙ୍କ ପରିଚୟ ଯାଞ୍ଚ

ପୁଲିସର ବାଂଲାଦେଶୀ ଚିହ୍ନଟ ଅଭିଯାନ ୪୪୪ ଜଣ ସନ୍ଦିଗ୍ଧଙ୍କ ପରିଚୟ ଯାଞ୍ଚ
ଝାରସୁଗୁଡ଼ା: ଗତ ମେ’ ମାସରେ କେନ୍ଦ୍ର ସରକାରଙ୍କ ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟକୁ ଚିଠି କରାଯାଇ ବାଂଲାଦେଶୀ ନାଗରିକ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ପୁଲିସ ସୋମବାରଠାରୁ ଚିହ୍ନଟ ଅଭିଯାନ ଆରମ୍ଭ କରିଛି। ଏସ୍‌ପି ସ୍ମିତ ପି. ପରମାରଙ୍କ ନେତୃତ୍ବରେ ଅଦ୍ୟାବଧି ୪୪୪ ଜଣଙ୍କୁ ଅଟକ ରଖି ଯାଞ୍ଚ ପ୍ରକ୍ରିୟା ଚାଲିଥିବା କାର୍ଯ୍ୟାଳୟରେ ଉତ୍ତରାଞ୍ଚଳ ପୁଲି, ଆଜି ଝାରସୁଗୁଡ଼ା ପୁଲିସ
ହିମାଂଶୁ ଲାଲ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆଇଜି ଶ୍ରୀ ଲାଲ କହିଛନ୍ତି, ସ୍ଵରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶାନୁସାରେ ଜିଲ୍ଲାରେ ଏକ ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କରାଯିବା ସହ ସମସ୍ତ ଥାନାଞ୍ଚଳରେ ଥିବା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଉଛି। ଝାରସୁଗୁଡ଼ା ସବ୍‌ଡିଭିଜନ୍ ପାଇଁ ବ୍ଲାକ୍ ଡାଇମଣ୍ଡ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି ଓ ବ୍ରଜରାଜନଗର ସବ୍‌ଡିଭିଜନ୍ ପାଇଁ ହିଲ୍‌ପ୍‌ ସୁରଭି କଲ୍ୟାଣ ମଣ୍ଡପକୁ ହୋଲ୍‌ଡିଂ କେନ୍ଦ୍ର କରାଯାଇଛି। ଅଟକ ଥିବା ସମସ୍ତ ବ୍ୟକ୍ତି ଶ୍ରମିକ ଓ ମିସି। ତେବେ ଏହି ଲୋକଙ୍କ ନାଗରିକତ୍ଵ ଯାଞ୍ଚ ପରେ ସେମାନେ ବାଂଲାଦେଶୀ ଅନୁପ୍ରବେଶକାରୀ ବୋଲି ଜଣାପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସେମାନଙ୍କୁ ନିଜ ଦେଶକୁ ପ୍ରତ୍ୟର୍ପଣ କରାଯିବ। ଶିଳ୍ପବହୁଳ ଜିଲ୍ଲା ଝାରସୁଗୁଡ଼ାରେ ବର୍ଷ ସାରା ବିଭିନ୍ନ ସ୍ଥାନରେ ନିର୍ମାଣ କାର୍ଯ୍ୟ ଜାରି ରହୁଛି। କମ୍ ଦାମ୍‌ରେ ଓ ଅଳ୍ପ ସମୟରେ ଅଧିକ କାମ କରାଇବା ପାଇଁ ଠିକାଦାରମାନେ ବି ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ କାମରେ ଲଗାଉଛନ୍ତି। ସେହିପରି ଖଣିଗୁଡ଼ିକରେ ବି ଅନୁରୂପ ଭାବେ ଅନୁପ୍ରବେଶକାରୀଙ୍କୁ ଶ୍ରମିକ ଭାବେ ନିୟୋଜିତ କରାଯାଉଛି।

Leave a Reply

Your email address will not be published. Required fields are marked *