କାଉଡିଆ ଯାତ୍ରାକୁ ଦୃଷ୍ଟିରେ ରଖି ହରିଦ୍ବାରରେ  ସ୍କୁଲ ଏବଂ କଲେଜ୍‌  ବନ୍ଦ ରହିବା ନେଇ ନିର୍ଦ୍ଦେଶ ଜାରି କରାଯାଇଛି

ଡେରାଡୁନ୍‌: ଆଗାମୀ ୧୧ ତାରିଖରୁ ଆରମ୍ଭ ହୋଇଯିବ ଶ୍ରାବଣ ମାସ। କାଉଡିଆମାନେ ପାଣିଭାର ନେବାକୁ ପ୍ରସ୍ତୁତ ହେଲେଣି। ଆଗାମୀ ୧୪ରେ ଶ୍ରାବଣର ପ୍ରଥମ ସୋମବାର ।  ମହାଦେବଙ୍କଠି ଜଳାଭିଷେକ କରିବା ପାଇଁ କାଉଡିଆ ପାଣିଭାର ନେବେ । ବିଭିନ୍ନ ଶୈବ ପିଠରେ ଲାଗିବ ଭିଡ । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଶୈବ ପିଠମାନଙ୍କରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କାଉଡିଆ ଯାତ୍ରାକୁ ଦୃଷ୍ଟିରେ ରଖି ହରିଦ୍ବାରରେ  ସ୍କୁଲ ଏବଂ କଲେଜ୍‌  ବନ୍ଦ ରହିବା ନେଇ ନିର୍ଦ୍ଦେଶ ଜାରି କରାଯାଇଛି । ଏହି ସମୟରେ ଛାତ୍ରଛାତ୍ରୀମାନଙ୍କର ଅନଲାଇନ୍‌ କ୍ଲାସ ଚାଲିବ ।

କାଉଡିଆ ଯାତ୍ରା ସମୟରେ ଭିଡ ରହିବ ଏବଂ ରାସ୍ତା ବନ୍ଦ ରହିବ। ଯେଉଁଥିପାଇଁ ସରକାରୀ, ବେସରକାରୀ, ଉଚ୍ଚ ଶିକ୍ଷା ସଂସ୍ଥା, ଅଙ୍ଗନୱାଡି କେନ୍ଦ୍ର ୧୪ ରୁ ୨୩ ଜୁଳାଇ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ । ତେବେ ଏଠି କହି ରଖୁଛୁ ଯେ, ହରିଦ୍ବାରରୁ କାଉଡିଆ ଯାତ୍ରା  ପାଇଁ ମୁଖ୍ୟ ରାସ୍ତା  ଋଷିକେଶ ଅଭିମୁଖେ ଯାଏ  । ଏଠାରୁ ସମସ୍ତ କାଉଡିଆ ନୀଳକଣ୍ଠ ମହାଦେବ ମନ୍ଦିର ଏବଂ ଅନ୍ୟାନ୍ୟ ଶିବ ମନ୍ଦିର ଦର୍ଶନ କରିବା ପରେ ଆଗକୁ ବଢ଼ିଥାନ୍ତି ।

ଏହା ବ୍ୟତୀତ କିଛି କାଉଡିଆ ହରିଦ୍ୱାର ଦେଇ ବାଗପତର ପୂରା ମହାଦେବ ମନ୍ଦିରକୁ ମଧ୍ୟ ଯାଇଥାନ୍ତି । ଏହି କାରଣରୁ ରାସ୍ତାରେ ଟ୍ରାଫିକ୍ ସମସ୍ୟା ଦେଖାଦେଇଥାଏ । କାଉଡିଆ  ଏବଂ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ, ହରିଦ୍ୱାରରେ ସ୍କୁଲଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । 

Leave a Reply