ସାରା ଭାରତରେ ଚୋରାଚାଲାଣ ହେଉଛି ମିଆଁମାରର ଅସ୍ତ୍ରଶସ୍ତ୍ର

ଇମ୍ଫାଲ : ଜୁନ୍ ମାସର ଶେଷ ସପ୍ତାହରେ ମଣିପୁରରେ ଏକ ବଡ଼ ରାକେଟରେ ପର୍ଦ୍ଦାଫାଶ କରିଛି ଗୁଇନ୍ଦା ଏଜେନ୍ସି । ଏହି ରାକେଟ୍ ମିଆଁମାରରୁ ଅସ୍ତ୍ରସସ୍ତ୍ର ମଣିପୁରକୁ ଆଣି ସାରା ଭାରତରେ ଚୋରାଚାଲାଣ କରୁଥିଲା ବୋଲି ଗୁଇନ୍ଦା ରିପୋର୍ଟରେ କୁହାଯାଇଛି ।  ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ସିନାମ୍ ସୋମେନ୍ଦ୍ରାଓ ମେଇତେଇ ଓରଫ ରିଚାର୍ଡ ନାମକ ବ୍ୟକ୍ତି ଥିଲା, ଯିଏ ଜଣେ ସ୍ୱ-ଘୋଷିତ ଲେଫ୍ଟନାଣ୍ଟ କର୍ଣ୍ଣେଲ ଏବଂ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ୟୁନାଇଟେଡ୍ ନ୍ୟାସନାଲ୍ ଲିବରେସନ୍ ଫ୍ରଣ୍ଟ୍ (ୟୁଏନଏଲଏଫ-ପି)ର ପ୍ରୋଜେକ୍ଟ ସେକ୍ରେଟାରୀ ଥିଲା। ଏହି ଦଳ ହିଁ ଦେଶର ଅନ୍ୟସ୍ଥାନକୁ ଅସ୍ତ୍ରଶସ୍ତ୍ର ଚାଲାଣ କରୁଥିଲେ । 

Leave a Reply