୮୦ ଜଣ ସାଂସଦ ସ୍ବାକ୍ଷର-ଦଲାଇ ଲାମାଙ୍କୁ ଭାରତ ରତ୍ନ ଦିଆଯାଉ

ନୂଆଦିଲ୍ଲୀ: ଭାରତ ରତ୍ନ ହେଉଛି ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ। ଏହା ଭାରତୀୟ ନାଗରିକମାନଙ୍କୁ ହିଁ ଦିଆଯାଇଥାଏ। କିନ୍ତୁ ଏପର୍ଯ୍ୟନ୍ତ ୩ ଜଣ ବିଦେଶୀଙ୍କୁ ମଧ୍ୟ ଏହି ସମ୍ମାନ ଦିଆଯାଇଛି। ସେମାନେ ହେଲେ ଖାଁ ଅବ୍ଦୁଲ ଗଫୁର ଖାଁ, ନେଲସନ୍‌ ମାଣ୍ଡେଲା ଓ ମଦର ଟେରେସା। ଏବେ  ଦଲାଇ ଲାମାଙ୍କୁ ଭାରତ ରତ୍ନ ଦିଆଯିବାକୁ ଏକ ପ୍ରସ୍ତାବ ସରକାରଙ୍କ ନିକଟକୁ ପ୍ରେରଣ କରାଯାଇଛି। ବିଭିନ୍ନ ଦଳର ସାଂସଦମାନେ ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି। ଏ ନେଇ ଏକ ପ୍ରସ୍ତାବ ସରକାରଙ୍କ ନିକଟକୁ ପଠାଯାଇଛି। ପ୍ରସ୍ତାବରେ ୮୦ ଜଣ ସାଂସଦ ସ୍ବାକ୍ଷର କରିଛନ୍ତି। ପତ୍ରକୁ ତିବ୍ବତ ପାଇଁ ସର୍ବଦଳୀୟ ସଂସଦୀୟ ଫୋରମ୍‌ ପକ୍ଷରୁ ପଠାଯାଇଛି। ଏହି ଫୋରମ୍‌ରେ ବିଜେପି, ବିଜେଡି, ଜେଡିୟୁ ଆଦି ଦଳର ସାଂସଦମାନେ ସଦସ୍ୟ ଅଛନ୍ତି। ଏହା ସହିତ ସଂସଦର ଏକ ମିଳିତ ଅଧିବେଶନକୁ ସମ୍ବୋଧନ କରିବାକୁ ଦଲାଇଲାମାଙ୍କୁ ନିମନ୍ତ୍ରଣ କରିବାକୁ ଫୋରମ୍‌ ପ୍ରସ୍ତାବ ଦେଇଛି।

Leave a Reply

Your email address will not be published. Required fields are marked *