ଆତଙ୍କବାଦୀ ଆକ୍ରମଣର କିଛିଦିନ ପୂର୍ବରୁ ମୁଁ ମୁମ୍ବାଇରେ ଥିଲି-ତହବୁର ରାଣା

୨୬/୧୧ ମୁମ୍ବାଇ ଆକ୍ରମଣ ପାଇଁ ଡେଭିଡ କୋଲମ୍ୟାନ୍‌ ହେଡଲିକୁ ରାଣା କିଭଳି ‌ସହଯୋଗ କରିଥିଲା ସେ ସଂକ୍ରାନ୍ତରେ ସୂଚନା ଦେଇଛି। ରାଣା କହିଛି ଯେ ରାଣା ଜେରା ସମୟରେ ମୁମ୍ବାଇ ଅପରାଧ ଶାଖାକୁ କହିଛି ଯେ ସେ ଏବଂ ଡେଭିଡ କୋଲମ୍ୟାନ୍‌ ହେଡଲି ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଏଲ୍‌ଇଟି ( ଲସ୍କର ଏ ତୋଇବା)ର ଏକାଧିକ ତାଲିମ କାର୍ଯ୍ୟକ୍ରମରେ ଯୋଗଦେ‌ଇଥିଲେ। ରାଣା କହିଛି ଏଲ୍‌ଇଟି ମୁଖ୍ୟତଃ ଏକ ଗୁଇନ୍ଦା ନେଟ୍‌ୱର୍କ ଭାବେ କାମ କରେ। ରାଣା ସ୍ବୀକାର କରିଛି ଯେ ସେ ୨୬/୧୧ ଆକ୍ରମଣ ପୂର୍ବରୁ ସେ ମୁ୍ବାଇରେ ଥିଲା। ସେ ଛତ୍ରପତି ଶିବାଜୀ ମହାରାଜା ଟର୍ମିନସ୍‌ ଭଳି ସ୍ଥାନ ଯାଇଛି ଏବଂ ସେ ବିଶ୍ବାସ କରେ ଯେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହଯୋଗରେ ୨୬/୧୧ ଆତଙ୍କବାଦୀ ଆକ୍ରମଣ ହୋଇଛି। ୬୪ ବର୍ଷୀୟ ରାଣା ଚଳିତ ବର୍ଷ ଭାରତକୁ ପ୍ରତ୍ୟର୍ପିତ ହୋଇଥିଲା। ଆମେରିକା ସୁପ୍ରିମକୋର୍ଟ ଏପ୍ରିଲ ୪ ତାରିଖରେ ରାଣାର ରିଭ୍ୟୁ ପିଟିସନ୍‌ ଖାରଜ କରିବାପରେ ରାଣା ପ୍ରତ୍ୟର୍ପିତ ହୋଇଥିଲା।  ରାଣାକୁ ମେ’ରେ ଭ‌ାରତକୁ ଅଣାଯିବାପରେ ତାକୁ ଏନ୍‌ଆଇଏ ଦ୍ବାରା ନ୍ୟାୟିକ ହାଜତକୁ ନିଆଯାଇଥିଲା। ଷଡ଼ଯନ୍ତ୍ର, ହତ୍ୟା‌, ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ଜାଲିଆତି ଅଭିଯୋଗରେ ରାଣାକୁ ନ୍ୟାୟିକ ହାଜତ ନିଆଯାଇଛି। ଗତ ମାସରେ ଦିଲ୍ଲୀ କୋର୍ଟ ରାଣାର ନ୍ୟାୟିକ ହାଜତ ମିଆଦ ଜୁଲାଇ ୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

Leave a Reply

Your email address will not be published. Required fields are marked *