ପାରାଦୀପରେ ବଙ୍ଗଳାଦେଶୀ ପରିବାର ଠାବ

ପାରାଦୀପରେ ବଙ୍ଗଳାଦେଶୀ ପରିବାର ଠାବ। ସେମାନଙ୍କ ପାଖରେ କୌଣସି କାଗଜପତ୍ର ନାହିଁ। ଜଣେ ବ୍ୟକ୍ତି ସେମାନଙ୍କୁ ବସ୍ ଯୋଗେ ପାରାଦୀପ ଆଣି ଏଠାରେ ଭଡ଼ା ଘରେ ରଖିଥିବା ଜଣାପଡ଼ିଛି। ପରିବାରରେ ବାପା, ମା. ଝିଅ ଓ ପୁଅ ରହିଛନ୍ତି। ଲକ୍ ଥାନା ଅନ୍ତର୍ଗତ ଜରଦାରୀପଡ଼ାରେ ଭଡ଼ା ଘରେ ଥିବା ବେଳେ ପୁଲିସ ଯାଞ୍ଚ କରୁଥିବା ବେଳେ ଧରାପଡ଼ିଥିଲେ। ପରେ ସେମାନଙ୍କୁ ଥାନାକୁ ଆଣି ପୁଲିସ ଟିମ୍ ପଚରାଉଚରା କରିଥିଲା। ପଚରାଉଚରା ସମୟରେ ଜଣାପଡ଼ିଥିଲା ବାଂଲାଦେଶୀ ବୋଲି ସ୍ପଷ୍ଟ ହେବା ପରେ ଉପଜିଲ୍ଲାପାଳ, କୁଜଙ୍ଗ ତହସିଲଦାର ଲକ ଥାନାରେ ପହଞ୍ଚି ସବିଶେଷ ତଥ୍ୟ ହାସଲ କରିଛନ୍ତି।ଏ ସମ୍ପର୍କରେ ସରକାରଙ୍କୁ ଅବଗତ କରାଯିବ ବୋଲି ଅଧିକାରୀ କହିଛନ୍ତି। ସେହିପରି ଅଠରବାଙ୍କୀ ମେଡିକାଲ ଡାକ୍ତର ପହଞ୍ଚି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି।

Leave a Reply

Your email address will not be published. Required fields are marked *