ବଲିଉଡ ଅଭିନେତା ସୈଫ ଅଲ୍ଲୀଙ୍କୁ ବଡ଼ ଝଟକା

ପଟୌଦି ପରିବାରର ପ୍ରାୟ ୧୫ ହଜାର କୋଟି ଟଙ୍କା ସମ୍ପତ୍ତିକୁ ନେଇ ମଧ୍ୟପ୍ରଦେଶ ହାଇକୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ହୋଇଥିବା ଏକ ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି । ପୂର୍ବ ନିଷ୍ପତ୍ତିରେ ସୈଫ ଅଲ୍ଲୀ ଖାନ ଏବଂ ତାଙ୍କ ପରିବାରକୁ ସମ୍ପତ୍ତିର ଉତ୍ତରାଧିକାରୀ ଭାବରେ ବିବେଚନା କରାଯାଇଥିଲା। କେନ୍ଦ୍ର ସରକାର ତାଙ୍କ ପରିବାରର ପ୍ରାୟ ୧୫ ହଜାର କୋଟି ମୂଲ୍ୟର ସମ୍ପତ୍ତିକୁ ‘ଏନମି ପ୍ରୋପଟି’ ଭାବରେ ଘୋଷଣା କରିଛନ୍ତି। କାରଣ ବିଭାଜନ ସମୟରେ ଉତ୍ତରାଧିକାରୀଙ୍କ ମଧ୍ୟରୁ ଜଣେ ପାକିସ୍ତାନ ଚାଲିଯାଇଥିଲେ।ହାଇକୋର୍ଟ ଟ୍ରାଏଲ୍ କୋର୍ଟକୁ ଶୁଣାଣି ପୁନଃ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭୋପାଳର ରାଜପରିବାରର ସମ୍ପତ୍ତି ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି । ନବାବ ହମିଦୁଲ୍ଲା ଖାନଙ୍କ ଅନ୍ୟ ଉତ୍ତରାଧିକାରୀମାନେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ସେମାନେ କହିଥିଲେ ସମ୍ପତ୍ତିକୁ ମୁସଲିମ ବ୍ୟକ୍ତିଗତ ଆଇନ (ଶରିଆ) ଆଇନ, ୧୯୩୭ ଅନୁଯାୟୀ ବଣ୍ଟନ କରାଯିବା ଉଚିତ, ଯାହା ୧୯୬୦ ମସିହାରେ ନବାବଙ୍କ ମୃତ୍ୟୁ ସମୟରେ ବଳବତ୍ତର ଥିଲା। ସେମାନେ ୧୯୯୯ ମସିହାରେ ଟ୍ରାଏଲ୍ କୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ। ବର୍ତ୍ତମାନ ହାଇକୋର୍ଟ ଟ୍ରାଏଲ୍ କୋର୍ଟକୁ ପୁଣି ଥରେ ଶୁଣାଣି ଆରମ୍ଭ କରିବାକୁ ଏବଂ ବର୍ଷେ ମଧ୍ୟରେ ମାମଲାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।କେନ୍ଦ୍ର ସରକାର ତାଙ୍କ ପ୍ରାୟ ୧୫ହଜାର କୋଟି ମୂଲ୍ୟର ପାରିବାରିକ ସମ୍ପତ୍ତିକୁ ‘ଏନମି ପ୍ରୋପଟି’ ଭାବରେ ଘୋଷଣା କରିଛନ୍ତି। 

Leave a Reply

Your email address will not be published. Required fields are marked *