୯୦ ବର୍ଷରେ ପାଦ ଥାପିଲେ ଦଲାଇ ଲାମା । ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କିରଣ ରିଜିଜୁଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଦଲାଇ ଲାମାଙ୍କୁ ଜଣାଇଛନ୍ତି ଶୁଭେଚ୍ଛା । ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ, ଦଲାଇ ଲାମାଙ୍କୁ ଏକତା, ଶାନ୍ତି ଏବଂ କରୁଣାର ବାର୍ତ୍ତା ଦେଇ ଲୋକଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି । ତିବ୍ଦତୀୟ ବୌଦ୍ଧ ଧର୍ମାବଲମ୍ବୀଙ୍କ ଆଧ୍ୟାତ୍ମିକ ନେତା ଚତୁର୍ଦ୍ଦଶତମ ଦଲାଇ ଲାମା ଆଜି ୯୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି।
ଏଥିପାଇଁ ହିମାଚଳ ପ୍ରଦେଶର ଧର୍ମଶାଳାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ । ଧର୍ମଶାଳାର ତିବ୍ବତୀୟ ମଠରେ ଆୟୋଜିତ ଉତ୍ସବରେ ହଜାର ହଜାର ଭକ୍ତ ଏବଂ ଅନୁଗାମୀ ଏକତ୍ରିତ ହୋଇଥିଲେ।