ଅପରେସନ ସିନ୍ଦୂର’ ସମୟରେ ଭାରତ ଗୋଟିଏ ସୀମାରେ ତିନି ଶତ୍ରୁଙ୍କ ସହ ଲଢ଼େଇ କରୁଥିଲା

ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ବିଳମ୍ବିତ ରାତିରେ, ତିନି ବାହିନୀ- ସ୍ଥଳସେନା, ନୌସେନା ଓ ବାୟୁସେନାର ମିଳିତ ସହଯୋଗରେ ‘ଅପରେସନ୍ ସିନ୍ଦୂର’ କରାଯାଇଥିଲା। ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ, ଏହି ଅପରେସନଟି ସମ୍ପୂର୍ଣ୍ଣ ଭାବରେ ଆତଙ୍କବାଦୀ ଗଠନକୁ ଧ୍ୱଂସ କରିବା ଲକ୍ଷ୍ୟରେ କରାଯାଇଥିଲା। ମନ୍ତ୍ରଣାଳୟ ସ୍ପଷ୍ଟ ଭାବରେ କହିଛି ଯେ ଭାରତର ଏହି କାର୍ଯ୍ୟାନୁଷ୍ଠାନ ସଂଘର୍ଷ କିମ୍ବା ଯୁଦ୍ଧ ସୃଷ୍ଟି କରିବା ଉଦ୍ଦେଶ୍ୟରେ ନୁହେଁ, ବରଂ ଏହାର ନାଗରିକଙ୍କ ସୁରକ୍ଷା ପାଇଁ ନିଆଯାଇଛି। ଏହି ଅପରେସନରେ ପ୍ରଥମ ଥର ପାଇଁ ନୌସେନାକୁ ମଧ୍ୟ ବ୍ୟବହାର କରାଯାଇଛି। ଏହି ଆକ୍ରମଣରେ, ପ୍ରଥମ ଥର ପାଇଁ, ଭାରତ ଭାରତରେ ନିର୍ମିତ ଆତ୍ମଘାତୀ ଡ୍ରୋନ୍ ଲୋଇଟରିଂ ଯୁଦ୍ଧାସ୍ତ୍ର ବ୍ୟବହାର କରିଥିଲା।

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ମେ ମାସରେ ସଶସ୍ତ୍ର ବାହିନୀ ଆରମ୍ଭ କରିଥିବା ‘ଅପରେସନ ସିନ୍ଦୂର’ ସମୟରେ ଭାରତ ଗୋଟିଏ ସୀମାରେ ତିନି ଶତ୍ରୁଙ୍କ ସହ ଲଢ଼େଇ କରୁଥିଲା ବୋଲି ଉପସେନାଧ୍ୟକ୍ଷ ରାହୁଲ ଆର୍ ସିଂହ ଶୁକ୍ରବାର କହିଛନ୍ତି। ଇଣ୍ଡଷ୍ଟ୍ରି ଚାମ୍ବର ଏଫ୍‌ଆଇସିସିଆଇରେ ଉଦ୍‌ବୋଧନ ଦେଇ ବରିଷ୍ଠ ସେନା ଅଧିକାରୀ କହିଛନ୍ତି ଯେ ଚୀନ୍ ମଧ୍ୟ ଭାରତ-ପାକିସ୍ତାନ ବିବାଦକୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ପରୀକ୍ଷଣ ପାଇଁ ଉପଲବ୍ଧ ‘ଲାଇଭ୍ ଲ୍ୟାବ୍’ ଭଳି ବ୍ୟବହାର କରିଥିଲା।
‘ଅପରେସନ୍ ସିନ୍ଦୂର’ ସମୟରେ ଆମର ଗୋଟିଏ ସୀମା ଓ ଦୁଇଟି ଶତ୍ରୁ ଥିଲେ ବୋଲି ଯାହା କୁହାଯାଉଛି ତାହା ବାସ୍ତବରେ ତିନିଟି। ଆଗରେ ଥିଲା ପାକିସ୍ତାନ। ଚୀନ୍ ସବୁ ପ୍ରକାର ସାମରିକ ଓ ଉପଗ୍ରହ ସହଯୋଗ ଯୋଗାଇ ଦେଉଥିଲା। ତୁର୍କୀ ମଧ୍ୟ ଡ୍ରୋନ୍ ଆଦି ପ୍ରଦାନ କରି ପାକିସ୍ତାନକୁ ଯେଉଁ ପ୍ରକାର  ସମର୍ଥନ ପ୍ରଦାନ କରିଛି ତାକୁ ତୃତୀୟ ଶତ୍ରୁଭାବେ ବିବେଚନା କରାଯାଇପାରେ ବୋଲି ‘ଡେପୁଟି ଚିଫ୍ ଅଫ୍ ଆର୍ମି ଷ୍ଟାଫ୍’ କହିଛନ୍ତି। 

Leave a Reply