ଏବିଭିପି ପକ୍ଷରୁ ଭଦ୍ରକ ନଗର ବୈଠକ

ଏବିଭିପି ପକ୍ଷରୁ ଭଦ୍ରକ ନଗର ବୈଠକ 
ଭଦ୍ରକ ; ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ( ଏବିଭିପି), ଭଦ୍ରକ ନଗର ପକ୍ଷରୁ ସହରର ବାବା ଲୋକନାଥ ମନ୍ଦିର ପରିସରରେ ନଗର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଗାମୀ ଏକ ମାସର ବିଭିନ୍ନ କାର୍ଯ୍ୟକ୍ରମ ଓ ଅଭିଯାନ ଉପରେ ବିସ୍ତାର ଯୋହଳା, କରାଯାଇଛି । କଲେଜ ନିର୍ବାଚନ ହେବାକୁ ଥିବା ଭଦ୍ରକ କଲେଜ, ଚରମ୍ପା କଲେଜ ଏବଂ ଭଦ୍ରକ ମହିଳା କଲେଜ ପାଇଁ ସ୍ଵତନ୍ତ୍ର ଯୋଜନା କରାଯିବ ବୋଲି ଜିଲ୍ଲା ପ୍ରମୁଖ ସ୍ଵାଧାନ ସୁନ୍ଦର ଦାସ କହିଛନ୍ତି । ଏହି ମାସ ୯ ତାରିଖ ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ତଥା ଏବିଭିପିର ପ୍ରତିଷ୍ଠା ଦିବସ ଭଦ୍ରକ ନଗଇ କ୍ଷେତ୍ରରେ ଥିବା ସମସ୍ତ ସରକାରୀ ଓ ବେସରକାରୀ କଲେଜ କ୍ୟାମ୍ପସରେ ମହା ସମାରୋହରେ ପାଳିତ ହେବ ଏବଂ ଉକ୍ତ ସମସ୍ତ କଲେଜରେ ସଦସ୍ୟତା ବ୍ୟାପକ ଭାବେ କରାଯିବ ବୋଲି ଜିଲ୍ଲା ସଂଯୋଜନ ଓଁକାର ମହାନ୍ତି କହିଛନ୍ତି। ସେହିପରି ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ କାର୍ଯ୍ୟକ୍ରମ ଆୟୋଜନ ୧୩ ତାରିଖ ଦିନ ଜିଲ୍ଲା ସ୍ତରୀୟ ରକ୍ତଦାନ ଶିବିର ଜିଲ୍ଲା ରକ୍ତ ଭଣ୍ଡାରରେ ଅନୁଷ୍ଠିତ ହେବ। କଲେଜ୍ ଆଡ଼ମିଶନ ସମୟରେ ହେକ୍ଟ ଜେସ୍କ ପ୍ରକାର ବିଦ୍ୟାର୍ଥୀଙ୍କୁ ସହଯୋଗ କରାଯିବାକୁ ନେଇ ସଙ୍ଗଠନ ପଞ୍ଚକୁ କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ପ୍ରକାଶ କରାଯାଇଛି । ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ ଏବଂ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ କରାଯିବ। ବିଶ୍ଵ ପ୍ରସିଦ୍ଧ ପୁରୀ ରଥ ଯାତ୍ରା ସେବା କାର୍ଯ୍ୟ ପାଇଁ ଜିଲ୍ଲାରୁ ଯାଇଥିବା ୫୦ ତୁ ଉର୍ଦ୍ଧ କାର୍ଯ୍ୟକର୍ତା ନିଜ ନିଜର
ଅନୁଭୂତି ପ୍ରକାଶ କରିଥିଲେ। ବୈଠକରେ ଜିଲ୍ଲା ସହ ପ୍ରମୁଖ ଡ. ବସନ୍ତ କୁମାର ଦୀକ୍ଷିତ ଓ ଜ୍ୟୋତି ପ୍ରକାଶ ସାହୁ, ଜିଲ୍ଲା ସହ ସଂଯୋଜକ ଅଭିଳାଷ ତ୍ରିପାଠୀ, ପ୍ରାନ୍ତ ସବିଷ୍କାର ସହ ସଂଯୋଳକ ଦେବୀ ପ୍ରସାଦ ଦାଶ, ବିଭାଗ ଏସ ଏଫଡି ସଂଯୋଜକ ଆୟୁଷ ପାଣିଗ୍ରାହୀ, ଜିଲ୍ଲା ଏସଏପତି ସଂଯୋଜକ ସତ୍ୟ ବ୍ରତ ପଣ୍ଡା, ବାମଦେବ ବାରିକ, ନଗର ସହ ସମ୍ପାଦକ ଗୋପୀ କ୍ରୀଷ୍ଣା ବାରିକ ଓ କାହ୍ନା ଜେନା, ଗୌତମୀ ପାଢ଼ୀ, ଶୁଭମ ପାଢ଼ୀ, ସଂଗ୍ରାମ ଜେନା, ସିଦ୍ଧାର୍ଥ ମହାନ୍ତି, ରଞ୍ଜୁଲତା ପୁଟିଆ, ଉଦିତ ସାହୁ, ମନୋରଞ୍ଜନ ମହାନ୍ତି, ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଚଳିତ ଶିକ୍ଷା ବର୍ଷ ପାଇଁ ପରିଷଦର ସଦସ୍ୟତା ଅଭିଯାନ ଆରମ୍ଭ ହୋଇଯାଇଛି।

Leave a Reply

Your email address will not be published. Required fields are marked *