ଗୋରୁ ବୋଝେଇ କଣ୍ଟେନର ଧକ୍କାରେ ରେଢ଼ାଖୋଲ ଥାନା କଦଳୀଗଡ଼ରେ ଥିବା ଟୋଲ୍‌ଟ ଭାଙ୍ଗିଲା

ରେଢ଼ାଖୋଲ: ଏକ ଗୋରୁ ବୋଝେଇ କଣ୍ଟେନର ଧକ୍କାରେ ରେଢ଼ାଖୋଲ ଥାନା କଦଳୀଗଡ଼ରେ ଥିବା ଟୋଲ୍‌ଟ ସହିତ ରେଢ଼ାଖୋଲ ସହରରେ ଥିବା ଦୁଇଟି ଦୋକାନ କ୍ଷତିଗ୍ରସ୍ତ ହୋଇଛି। ସୂଚନା ଅନୁସାରେ, ଜୁଲାଇ 2 ତାରିଖ ଭୋର୍‌ରେ ସୋନପୁର ଅଞ୍ଚଳରୁ ଏକ କଣ୍ଟେନର (ଏପି ୩୯ ଟିଜି ୦୬୧୫)ରେ ଗୋରୁ ଚାଲାଣ ହେଉଥିଲା। ଗୋରୁବୋଝେଇ ଗାଡ଼ିଟି ରେଢ଼ାଖୋଲ ଦେଇ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା। କୌଣସି ସୂତ୍ରରୁ ଖବର ପାଇ ସୋନପୁର ପୁଲିସ ଗାଡ଼ିର ପିଛା କରିଥିଲା। ଏହା ଜାଣିପାରି ଚାଳକ ଦ୍ରୁତଗତିରେ ଗାଡ଼ି ନେଇ ଯାଉଥିବା ବେଳେ ପ୍ରଥମେ କଦଳୀଗଡ଼ରେ ଥିବା ଟୋଲ୍‌ଗେଟ୍‌କୁ ଧକ୍କା ଦେଇଥିଲା । ଏହା ପରେ ରେଢ଼ାଖୋଲ ସହର ରାସ୍ତାକଡ଼ରେ ଥିବା ବିଦେଶୀ ସାହୁ ଚା’ ଦୋକାନ ଓ ସୁରେଶ ଭେରାଇଟି ଷ୍ଟୋରକୁ ଧକ୍କା ଦେଇଥିଲା । ଏହା ପରେ ଗାଡ଼ି ଆଉ ଆଗକୁ ଯାଇପାରି ନଥିଲା । ଖବରା ପାଇ ରେଢ଼ାଖୋଲ ପୁଲିସ ଦୁର୍ଘଟଣାସ୍ଥଳକୁ ପହଞ୍ଚି ଗୋରୁ ବୋଝେଇ ଗାଡ଼ିକୁ ଜବତ କରିଛି | ଏଥିସହ ଗାଡ଼ିର ଚାଳକ ଉତ୍ତର ପ୍ରଦେଶ ସାହାରନପୁରର ମହମ୍ମଦ ୟାକୁ (୪୪)ଙ୍କୁ ଗିରଫ କରିଥିଲା। ଗାଡ଼ିରେ ଥିବା ୩୮ଟି ଗୋରୁକୁ ବୈଷ୍ଣବଝୁଲି ଆଶ୍ରମରେ ରଖାଯାଇଛି। ଏ ଘଟଣାକୁନେଇ ପୁଲିସ ଏକ ମାଲା ରୁଜୁ କରି ତଦନ୍ତ କରୁଛି । ଅସୁସ୍ଥ ଗୋରୁଙ୍କୁ ଚିକିତ୍ସା ମଧ୍ୟ କରାଯାଇଛି। ଅନ୍ୟ ପକ୍ଷରେ କ୍ଷତିଗ୍ରସ୍ତ ଭେରାଇଟି ଷ୍ଟୋର୍‌ର ମାଲିକ ବାବୁ ରଂଜନ ବିଶ୍ବାଳ ରେଢ଼ାଖୋଲ ଥାନାରେ ଅଭିଯୋଗ କରିବା ସହିତ ଗାଡ଼ି ମାଲିକଠାରୁ କ୍ଷତି ପୂରଣ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *