ଗୋ’ ମାଂସ କାଟିବା ଅଭିଯୋଗରେ ୩ ଗିରଫ

ଗୋ’ ମାଂସ କାଟିବା ଅଭିଯୋଗରେ ୩ ଗିରଫ
ଉଦଳା-: ଭୁଡ୍ରୁବଣି ଗାଁରେ ଗୋ’ମାଂସ କଟାଯାଉଥିବାର ଭିଡିଓ ଭାଇରାଲ୍ ମାମଲାରେ ଉଦଳା ଥାନା ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଭଞ୍ଜ ମୁର୍ମୁ, କାଳିଆ ମାରାଣ୍ଡି ଓ ବାଙ୍ଗୁରୁ ହେମ୍ବ୍ରମ |

ଅଭିଯୋଗରୁ ପ୍ରକାଶ ; ଗତ ୨୧ ତାରିଖ ଅପରାହ୍ନରେ ଅନ୍ଵେଷା ହଷ୍ଟେଲ ପଛ ପାର୍ଶ୍ବରେ ଥିବା ଖେଳ ପଡ଼ିଆ ନିକଟରେ କିଛି ଲୋକ ଗୋ’ମାଂସ କାଟୁଥିଲେ। ସ୍ଥାନୀୟ ଯୁବକମାନେ ଏହାକୁ ବିରୋଧ କରିଥିଲେ। ଏଥିସହ ଉକ୍ତ ଘଟଣାର ଭିଡ଼ିଓ ରେକର୍ଡିଂ କରି ସୋସିଆଲ୍ ମିଡିଆରେ ଛାଡ଼ି ଦେଇଥିଲେ। ଯାହା ଭାଇରାଲ ହୋଇଯାଇଥିଲା। ଭିଡିଓରେ ଥିବା ଅଭିଯୁକ୍ତ ଭଞ୍ଜ ମୁର୍ମୁ ଭୁତ୍ରୁବଣି ଗାଁର ରାମ ପଣ୍ଡା(୫୮)ଙ୍କ ବିରୋଧରେ କିଛି ଆପତ୍ତିଜନକ ଟିପ୍ପଣୀ ଦେଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଘଟଣାକୁ ନେଇ ଆଜି ଗାଁରେ ବୈଠକ ବସିଥିଲା | ପରେ ଶ୍ରୀ ପଣ୍ଡା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ନଂ ୨୫୦/୨୫ରେ ମାମଲା ରୁଜୁ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଆଗକୁ ଗିରଫଦାରୀ ସଂଖ୍ୟା ଆହୁରି ବଢିପାରେ ବୋଲି ଉଦଳା ଥାନା ଅଧିକାରୀ ବନମାଳୀ ବାରିକ କହିଛନ୍ତି।

Leave a Reply

Your email address will not be published. Required fields are marked *