ଭାରତ ବିକାଶ ପରିଷଦ ତରଫରୁ ଅଗ୍ନି ବିପନ୍ନଙ୍କୁ ସହାୟତା

ଭାରତ ବିକାଶ ପରିଷଦ ତରଫରୁ ଅଗ୍ନି ବିପନ୍ନଙ୍କୁ ସହାୟତା
ସାକ୍ଷୀଗୋପାଳ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ମଧୁବନ ପଞ୍ଚାୟତର ସିଂଘାକୁଦା ଗ୍ରାମରେ କିଛି ଦିନ ତଳେ କିଛି ଲୋକଙ୍କ ଘରେ ନିଆଁ ଲାଗି ସବୁକିଛି ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା। ଏହି ଦୁଃଖଦ ଖବର ପାଇବା ପରେ ଗତ ଜୁନ ୨୨ ତାରିଖ ଦିନ ଅପରାହ୍ନରେ ଭାରତ ବିକାଶ ପରିଷଦ, ସତ୍ୟବାଦୀ ଶାଖା ତରଫରୁ ଘର ପୋଡି ଯାଇଥିବା ସିଂଘାକୁଦା ଗ୍ରାମରେ ଅଗ୍ନି ବିପନ୍ନ ଲୋକମାନଙ୍କୁ କିଛି ଶୁଖୁଲା ଖାଦ୍ୟ ଓ ରାସନ ସାମଗ୍ରୀ ଏବଂ ସ୍ତ୍ରୀ ଲୋକଙ୍କୁ ଲୁଗା ଓ ପୁରୁଷ ଲୋକଙ୍କୁ ଲୁଙ୍ଗି, ଗାମୁଛା ଆଦି ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟରେ ଭାରତ ବିକାଶ ପରିଷଦର ପୂର୍ବପ୍ରାନ୍ତ ସଭାପତି ସତ୍ୟବାଦୀ ଦାଶ, ସତ୍ୟବାଦୀ ଶାଖାର ସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଉପସଭାପତି ନିହାର ରଞ୍ଜନ ସ୍ଵାଇଁ, ଉପଦେଷ୍ଟା ଜୟଶ୍ରୀ
ମହାପାତ୍ର, ସଚିବ ବିଜୟ କୁମାର ପରିଡା, ସମ୍ପର୍କ ସଚିବ ନବଘନ ଶତପଥ, ସେବା ସଚିବ ବିଭୁପ୍ରସାଦ ମହାପାତ୍ର, ସଂସ୍କାର ସଚିବ ସୁନୀଲ ବେହେରା, ପର୍ଯ୍ୟାବରଣ ସଚିବ ଦେବରାଜ ନାୟକ, ମହିଳା ସହଭାଗିତା ସଚିବ ରିତା ତ୍ରିପାଠୀ, ସ୍ୱାସ୍ଥ୍ୟ ସଚିବ ଅମୀୟ କୁମାର ସ୍ୱାଇଁ, ଲିଙ୍ଗରାଜ ସାହୁ, ବସନ୍ତ କୁମାର ମିଶ୍ର, ସମର ଶେଖର ପ୍ରଧାନ, ପ୍ରଦ୍ୟୁମ୍ନ କୁମାର କର, ଜିତେନ୍ଦ୍ର ପ୍ରସାଦ ମିଶ୍ର, ବିକ୍ରମ ପରିଡା, ବିପିନ ମହାନ୍ତି ଓ ଶାଖାର ସମସ୍ତ ସଦସ୍ୟମାନେ ସହୃଦୟତାର ସହ ସାହାଯ୍ୟ କରି ଅଗ୍ନି ବିପର୍ୟ ପରିବାର ର ଲୋକମାନଙ୍କୁ ସହଯୋଗର ହାତ ବଢ଼ାଇଥିଲେ। ସିଂଘାକୁଦା ଅଗ୍ନି ବିପନ୍ନ ପରିବାରବର୍ଗଙ୍କ ଅସମୟରେ ସେମାନଙ୍କ ପାଖରେ ପହଞ୍ଚି ସେମାନଙ୍କୁ ସହଯୋଗ କରିଥିବାରୁ ଅଞ୍ଚଳବାସୀ ଭାରତ ବିକାଶ ପରିଷଦ, ସତ୍ୟବାଦୀ ଶାଖାର ଏହି ମହନୀୟ କାର୍ଯ୍ୟକୁ ଉଚ୍ଚପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *