ଅପରେସନ ସିନ୍ଧୁ ଜରିଆରେ ସ୍ଵଦେଶ ଫେରୁଛନ୍ତି ଭାରତୀୟ । ଇସ୍ରାଏଲର ଯୁଦ୍ଧ ପରିସ୍ଥିତି ଭିତରେ ଭୟଭୀତ ଥିବା ଭାରତୀୟଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ଆରମ୍ଭ ହୋଇଥିବା ଅପରେସନ ସିନ୍ଧୁ ଇସ୍ରାଏଲରେ ଥିବା ଭାରତୀୟଙ୍କ ପାଇଁ ଦେବଦୂତ ସାଜିଛି ଆଉ ସେମାନଙ୍କୁ ଭାରତ ଫରାଇ ଆଣୁଛି । ମିଳିଥିବା ସୂଚନା ଅନୁସାରେ ୧୬୧ ଜଣ ଯାତ୍ରୀଙ୍କୁ ନେଇ ଆଜି ଭାରତ ଆସୁଛି ଏକ ସ୍ଵତନ୍ତ୍ର ବିମାନ । ରାତି ୧୧ଟା ୩୦ରେ ଏହି ୧୬୧ ଜଣ ଯାତ୍ରୀ ଦିଲ୍ଲୀରେ ପହଞ୍ଚିବେ ଆଉ ନିଜ ମାଟିରେ ପାଦ ଦେବେ ।