ଠାକୁରଗଡ଼ ଥାନା ଅଞ୍ଚଳରୁ ବେଆଇନ ଗୋରୁ ଚାଲାଣ ଅଭିଯୋଗ

ଠାକୁରଗଡ଼ ଥାନା ଅଞ୍ଚଳରୁ ବେଆଇନ ଗୋରୁ ଚାଲାଣ ଅଭିଯୋଗ
ପାଇକସାହି, : ଠାକୁରଗଡ଼ ଥାନା ଅଞ୍ଚଳରୁ ବେଆଇନ ଭାବରେ ଗୋରୁ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଆସୁଛି । ଏ ନେଇ ପୁଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଯାଇଛି। ଅବାଧ ଗୋରୁ ଚାଲାଣ ରୋକିବା ପାଇଁ ଗ୍ରାମବାସୀ ଅନୁଗୁଳ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ଅଞ୍ଚଳବାସୀ ତାଙ୍କ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ କୃଷିବାସପୁର, କୁରୁମଟାପ, ଆମ୍ବସରମୁଣ୍ଡା, ପାଇକସାହି, କନ୍ତପଡ଼ା ପଞ୍ଚାୟତ ଅଞ୍ଚଳରୁ ପ୍ରତ୍ୟେକ ଦିନ ଗୋରୁ ବ୍ୟବସାୟୀମାନେ ଗୋରୁ ସଂଗ୍ରହ କରି ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି। ତୁରନ୍ତ ଏଥିପ୍ରତି ଅନୁଗୁଳ ଏସ୍‌ପି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି। ଗୋରୁ ଚାଲାଣ ସମ୍ପର୍କରେ ଠାକୁରଗଡ଼ ଆଇଆଇସି ଶଶିଭୂଷଣ ବେହେରାଙ୍କୁ ପଚାରିବାରୁ ସେ ଏ ନେଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଥିଲେ।

Leave a Reply