ବିଜୟ ରୂପାନୀଙ୍କ ପୁଅ ବି ଦୁର୍ଘଟଣାରେ ହାରିଥିଲେ ଜୀବନ

ଅହମ୍ମଦାବାଦ,୧୩ା୬: ୧୨ ଜୁନ୍‌ ୨୦୨୫ ଭାରତୀୟଙ୍କ ଇତିହାସରେ ଏକ ଦୁଃଖଦ ଦିନ ଭାବରେ ଲିପିବଦ୍ଧ ହୋଇଛି। ଏହି ଦିନ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ସବୁକିଛି ଶାନ୍ତ ଏବଂ ସ୍ବାଭାବିକ ଥିଲା। କିନ୍ତୁ ଦୁଇଟା ପରେ ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଖବର ଆସିବା ମାତ୍ରେ ଲୋକମାନେ ଶୋକରେ ବୁଡ଼ିଗଲେ। ଜଣେ ବ୍ରିଟିଶ ନାଗରିକଙ୍କ ବ୍ୟତୀତ ଅନ୍ୟ କେହି ଏହି ବିମାନ ଦୁର୍ଘଟଣାରୁ ବଞ୍ଚି ପାରିଲେ ନାହିଁ। ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ଏବଂ ଭାରତୀୟ ଜନତା ପାର୍ଟିର ନେତା ବିଜୟ ରୂପାନୀ ମଧ୍ୟ ଏହି ବିମାନରେ ଥିବାରୁ ବଞ୍ଚି ପାରିଲେ ନାହିଁ।

ବିଜୟଙ୍କ ବିଷୟରେ ଆମେ ଜାଣୁ ଯେ, ସେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ପୂର୍ବରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ଏବଂ ତା’ପରେ ଜନସଂଘ, ଭାଜପା ଏବଂ ଗୁଜରାଟ ସରକାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ପୂର୍ବରୁ ମଧ୍ୟ ବିଜୟଙ୍କ ପରିବାର ସହିତ ଏପରି ଏକ ଅକାଳ ଦୁର୍ଘଟଣା ଘଟିଥିଲା। ତା’ପରେ ତାଙ୍କ ପୁଅର ଏକ କାର୍‌ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ବିଜୟଙ୍କ ପୁଅଙ୍କ ନାମ ପୁନିତ ଥିଲା, ଯାହାଙ୍କ ସ୍ମୃତିରେ ପୁନିତ ରୂପାନୀ ମେମୋରିଆଲ ଟ୍ରଷ୍ଟ ଚାଲୁଛି।

Leave a Reply

Your email address will not be published. Required fields are marked *