ଏ ପୁରସ୍କାର, ଏ ସମ୍ମାନ ସବୁ ଦେଶର ସଫଳତାର ସ୍ବୀକୃତି

ନୂଆଦିଲ୍ଲୀ: ଜାତିସଂଘରୁ ସାସାକାୱା ପୁରସ୍କାର ପାଇବା ପରେ ପ୍ରତିକ୍ରିୟା ରଖିଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । କହିଲେ ଏ ପୁରସ୍କାର, ଏ ସମ୍ମାନ ସବୁ ଦେଶର ସଫଳତାର ସ୍ବୀକୃତି । ଏ ସମ୍ମାନ ପାଇଁ ମୁଁ ସମସ୍ତଙ୍କ ପାଖରେ କୃତଜ୍ଞ । ଭାରତରେ ପ୍ରାକୃତିକ ବିପର୍ଯ୍ଯୟ ପାଇଁ ସତର୍କତା ମୂଳକ ବ୍ୟବସ୍ଥାକୁ ଯଥେଷ୍ଟ ବୃଦ୍ଧି କରାଯାଇଛି ଏବଂ ବର୍ତ୍ତମାନ ଏହା ସକ୍ରିୟ ଭାବେ କାମ କରୁଛି । ଯେଉଁଥି ପାଇଁ କ୍ଷୟକ୍ଷତି କମିବା ସହ ମୃତ୍ୟୁ ମଧ୍ଯ ନିୟନ୍ତ୍ରଣକୁ ଆସୁଛି । ବିପର୍ଯ୍ୟୟ ମୁକାବିଲା ପାଇଁ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରି ଲୋକଙ୍କ ପାଖରେ ପହଞ୍ଚିବା ଏବଂ ବିପର୍ଯ୍ୟୟ ସମ୍ବନ୍ଧୀୟ କ୍ଷୟକ୍ଷତି ହ୍ରାସ କରିବା ପାଇଁ ବ୍ୟକ୍ତି ଏବଂ ସଂଗଠନଗୁଡ଼ିକର ପ୍ରୟାସକୁ ଚଳିତ ବର୍ଷ ପୁରସ୍କୃତ କରାଯାଇଛି । ଆମର ପୂର୍ବାନୁମାନରେ ୪୦ରୁ ୫୦ ପ୍ରତିଶତ ଉନ୍ନତି ଆସିଛି । ତେବେ ଆମେ ଆଉ କେବଳ ପୂର୍ବାନୁମାନ କରୁନାହୁଁ ବରଂ ଆମେ ପ୍ରଭାବ-ଆଧାରିତ ପୂର୍ବାନୁମାନ ମଧ୍ୟ ପ୍ରଦାନ କରୁଛୁ, ଯାହା ଦ୍ବାରା ଲୋକେ ଅଧିକ ସତର୍କ ହୋଇପାରୁଛନ୍ତି ବୋଲି କହିଛନ୍ତି ଆଇଏମଡି ଡିଜି ।

Leave a Reply