ଭାରତରେ ହିଂସାକାଣ୍ଡ ସୃଷ୍ଟିକରିବାକୁ ଷଡ଼ଯନ୍ତ୍ର କରୁଛି ତୁର୍କୀ

ନୂଆଦିଲ୍ଲୀ : ଅପରେସନ୍ ସିନ୍ଦୁର ସମୟରେ ତୁର୍କୀ ପାକିସ୍ତାନକୁ ସବୁ ପ୍ରକାରେ ସାହାଯ୍ୟ କରିଥିଲା। କିନ୍ତୁ ଏତିକିରେ ସୀମିତ ରହିନାହିଁ ତୁର୍କୀ, ଭାରତ ବିରୋଧରେ ଏକ ବଡ଼ ଷଡ଼ଯନ୍ତ୍ର କରୁଛି। ଉଦ୍ଦେଶ୍ୟ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ।

ଏକ ଗୁଇନ୍ଦା ରିପୋର୍ଟରୁ ଜଣାପଡ଼ିଛି ଯେ ତୁର୍କୀ ବାଂଲାଦେଶର ଇସଲାମିକ୍ ମୌଳବାଦୀ ସଂଗଠନ ଜମାତ-ଏ-ଇସଲାମିକୁ ଟଙ୍କା ଦେଉଛି, ଏହାର ଆତଙ୍କବାଦୀମାନଙ୍କୁ ଅସ୍ତ୍ରଶସ୍ତ୍ର ଦେଉଛି। ରାଜନୈତିକ ସାହାଯ୍ୟ ଦେଉଛି ଯାହା ଦ୍ୱାରା ଏହା ଭାରତର ଉତ୍ତର-ପୂର୍ବ ଅଞ୍ଚଳରେ ଆତଙ୍କବାଦ ଓ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ପ୍ରସାର କରାଯାଇପାରିବ। ରିପୋର୍ଟ ଅନୁଯାୟୀ, ତୁର୍କୀ ଗୁପ୍ତଚର ସଂସ୍ଥା ଏବଂ ମୌଳବାଦୀ ସଂସ୍ଥା ଜମାତକୁ ଆର୍ଥିକ, ଆଦର୍ଶଗତ ଏବଂ ସାମରିକ ସମର୍ଥନ ଦେଉଛନ୍ତି। ଏହା କେବଳ ବାଂଲାଦେଶର ରାଜନୀତି ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଭାରତର ଉତ୍ତର-ପୂର୍ବ ରାଜ୍ୟ, ପଶ୍ଚିମବଙ୍ଗ, କେରଳ ଏବଂ କାଶ୍ମୀରକୁ ପ୍ରଭାବିତ କରୁଛି।

Leave a Reply