ଜୁନ ୧୦ରେ ମହାକାଶ ଯିବେ ଶୁଭ୍ରାଂଶୁ ଶୁକ୍ଳା।

ଜୁନ ୧୦ରେ ମହାକାଶ ଯିବେ ଶୁଭ୍ରାଂଶୁ ଶୁକ୍ଳା। ରାକେଶ ଶର୍ମାଙ୍କ ପରେ ଦ୍ଵିତୀୟ ଭାରତୀୟ ଭାବେ ସେ ମହାକାଶ ଯାତ୍ରା କରୁଥିବା ବେଳେ ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯାତ୍ରା କରିବେ। ଜୁନ ୧୦ ଭାରତୀୟ ସମୟ ଅପରାହ୍ଣ ୫ଟା ୪୫ରେ ଆମେରିକାର ଆକ୍ସିୟମ ଯାନରେ ଅନ୍ୟ ୩ ସାଥୀଙ୍କ ସହ ଯାତ୍ରା କରିବେ ଶୁଭ୍ରାଂଶୁ। ଆମେରିକା ଏହି ଅଭିଯାନ କରୁଥିବା ବେଳେ ୪ ଜଣଙ୍କ ମଧ୍ୟରେ ଶୁଭ୍ରାଂଶୁ ପ୍ରଥମ ତଥା ଏକମାତ୍ର ଭାରତୀୟ।ଶୁଭ୍ରାଂଶୁ ଜଣେ ପାଇଲଟ। ମହାକାଶରେ ସେ ୧୪ ଦିନ ରହି ବିଭିନ୍ନ ଗବେଷଣା କରିବେ। ତାଙ୍କର ଅନୁଭୂତି ଭାରତ ତିଆରି କରୁଥିବା ଗଗନୟାନ ପାଇଁ ଆବଶ୍ୟକ ହେବ। ମହାକାଶରେ ପ୍ରମୁଖ ୮ଟି ବିଷୟବସ୍ତୁ ଉପରେ ସେ ଗବେଷଣା କରିବେ।

Leave a Reply

Your email address will not be published. Required fields are marked *