ଆସାମ ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି

ଆସାମ ବନ୍ୟା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ତେବେ ୧୪ଟି ଜିଲ୍ଲାର ୪ ଲକ୍ଷ ୩୦ ହଜାରରୁ ଅଧିକ ଲୋକ ଏବେ ବି ବନ୍ୟା ପ୍ରଭାବରେ ରହିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ବନ୍ୟା ଯୋଗୁଁ କୌଣସି ଲୋକ ପ୍ରାଣ ହରାଇଥିବା ଖବର ମିଳିନାହିଁ। ବନ୍ୟା ଯୋଗୁଁ ସାରା ରାଜ୍ୟରେ ପ୍ରାୟ ୧୨୦୦ ଗ୍ରାମ ଏବଂ ୧୬ ହଜାର ହେକ୍ଟରରୁ ଅଧିକ ଫସଲ ନଷ୍ଟ ହୋଇଛି। ଆଜି ସାତଟି ସ୍ଥାନରେ ବନ୍ଧ ଭାଙ୍ଗିଯାଇଥିବା ସୂଚନା ମିଳିଛି। ରାଜ୍ୟ ସରକାର ଉଦ୍ଧାର କାର୍ଯ୍ୟ ପାଇଁ ଏସଡିଆରଏଫ ଟିମକୁ ନିୟୋଜିତ କରିଛନ୍ତି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ୪୦ ହଜାରରୁ ଅଧିକ ଲୋକ ୧୫୬ଟି ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି।

Related Posts

Leave a Reply

Your email address will not be published. Required fields are marked *